ବିଜେପି ନେତାଙ୍କ ଘନ ଘନ ଓଡିଶା ଗସ୍ତ, ବୁଧବାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ଅରୁଣ ଗୋଭିଲ

Published By : Prameya-News7 Bureau | May 22, 2024 IST

ବଡବିଲ ୨୨।୫: ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାକୁ ଫୋକସ କରିଛି ବିଜେପି । ଘନ ଘନ ଓଡ଼ିଶା ଆସୁଛନ୍ତି ବିଜେପିର ହେଭିୱେଟ୍ ନେତା ।  ଆସନ୍ତା ମେ’ ୨୫ ତାରିଖରେ ହେବାକୁ ଥିବା  ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ଗୃହମନ୍ତ୍ରୀ, ବିଜେପି ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ, ସିନେ ଷ୍ଟାର ଓଡ଼ିଶା ଆସି ଜୋରଦାର ପ୍ରଚାରରେ ଲାଗି ପଡ଼ିଛନ୍ତି । ବୁଧବାର ଓଡ଼ିଶା ଆସୁଛନ୍ତି ୮୦ ଦଶକର ଟିଭି ଧାରାବାହିକ ରାମାୟଣରେ ରାମଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅରୁଣ ଗୋଭିଲ । ସେ ୪ଟି ସ୍ଥାନରେ ଆୟୋଜିତ ସଭାରେ ଯୋଗଦେବେ । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭା କରିବେ ଅରୁଣ । ବିଜେପି ଅରୁଣ ଗୋଭିଲଙ୍କୁ ୟୁପି ମୀରଟରୁ ପ୍ରାର୍ଥୀ କରିଥିବା ବେଳେ, ସେ ଷ୍ଟାର ପ୍ରଚାରକ ଭାବେ ବିଜେପି ପାଇଁ ବିଭିନ୍ନ ରାଜ୍ୟକୁ ଯାଇ ଦଳ ପାଇଁ ପ୍ରଚାର କରୁଛନ୍ତି ।  ଅରୁଣ ଗୋଭିଲ ଦିନ ୧୧ଟାରେ ସେ ହେଲିକପ୍ଟର ଯୋଗେ ଆସି ଚମ୍ପୁଆ ନେହେରୁ ଷ୍ଟାଡିୟମରେ ଓହ୍ଲାଇବା ପରେ ସେଠାରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ । ଚମ୍ପୁଆ ପାଇଁ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ଏବଂ କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ନାଏକଙ୍କ ପାଇଁ ସେ ପ୍ରଚାର କରି ଭୋଟ୍ ମାଗିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଦଳ ଆଶା ରଖିଛି ଚମ୍ପୁଆରେ ଭୋଟରଙ୍କୁ ଅରୁଣଙ୍କ ଅପିଲ ବିଜେପିକୁ ଫାଇଦା ପହଞ୍ଚାଇବ । 

ସେପଟେ ଗୁରୁବାର ୨୩ ତାରିଖରେ ପୁଣି ଥରେ ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବଡ଼ବିଲ ସହରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ।

You Can Read :

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ସୁଦ୍ଧା ଅବପାତର ରୂପ ନେବା ସମ୍ଭାବନା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.