ଅଧିକ ସିଟ୍‌ରେ ଜିତି ବିଜେଡିକୁ ଭାଙ୍ଗି ସରକାର ଗଢିବାକୁ ଉଦ୍ୟମ କରୁଛି ବିଜେପି : ପାଣ୍ଡିଆନ୍

Published By : Prameya-News7 Bureau | May 08, 2024 IST

ଭୁବନେଶ୍ବର ୮।୫: ବିଜେଡି ପ୍ରଚାରର ମଙ୍ଗ ଧରିଥିବା ବରିଷ୍ଠ ନେତା ଭି.କେ. ପାଣ୍ଡିଆନ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରୁଥିବା ବେଳେ ବୁଧବାର ସକାଳୁ ସକାଳୁ ପ୍ରେସମିଟ୍‌ କରି ସାଂଘାତିକ ଅଭିଯୋଗ ଆଣିଛନ୍ତି । ପାଣ୍ଡିଆନ୍ ସିଧାସଳଖ ବିଜେପି, କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ୍‌ କରିଛନ୍ତି ।

ପ୍ରେସମିଟ୍‌ କରି ପାଣ୍ଡିଆନ୍ କହିଛନ୍ତି, ବିଜେଡିକୁ ଭାଙ୍ଗିବାକୁ ଉଦ୍ୟମ କରୁଛି ବିଜେପି । ଆଉ ୨୦୨୪ରେ ୫୦ ରୁ ୬୦ ବିଧାନସଭା ଆସନ ଜିତିବା ପାଇଁ ଟାର୍ଗେଟ୍ ରଖିଛନ୍ତି । ନିର୍ବାଚନ ପରେ BJDକୁ ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି । ଅଧିକ ସିଟ୍‌ରେ ଜିତିଲେ ବିଜେଡିକୁ ଭାଙ୍ଗି ସରକାର ଗଢିବାକୁ ଉଦ୍ୟମ କରୁଛି ବିଜେପି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପରି ସରକାର ଭାଙ୍ଗିବା ଲକ୍ଷ୍ୟ ରଖିଛନ୍ତି ।

ସେହିଭଳି ବିଏସକେଓ୍ୱାଇକୁ ବନ୍ଦ କରିବାକୁ ବିଜେପି କରୁଥିବା ଚକ୍ରାନ୍ତର ଜବାବ ଦେବେ ଓଡ଼ିଶାବାସୀ । ହେଲେ ଆୟୁଷ୍ମାନ ଭାରତର ଦେଶ ପାଇଁ ଯୋଜନା ୬୦୦୦କୋଟି । କିନ୍ତୁ ବିଏସକେଓ୍ୱାଇରେ ମାସକୁ ୩୦୦କୋଟି ଖର୍ଚ୍ଚ କରୁଛି । ବିଏସକେଓ୍ୱାଇ ନାଁରେ ଅପପ୍ରଚାର ବିଜେପି ପାଇଁ ବୁମେରାଂ ହେବ ବୋଲି ପାଣ୍ଡିଆନ୍ କହିଛନ୍ତି ।

You Can Read :

ନବୀନ ବାବୁଙ୍କୁ ଟାର୍ଗେଟ କରିବା କାହାର ସାହସ ନାହିଁ, ପାଣ୍ଡିଆନ କହିଲେ ପୁଣି ଇତିହାସ ରଚିବେ ମୁଖ୍ଯମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.