ଆଉ ଥରେ ଓଡିଶା ଆସୁଛନ୍ତି ଅମିତ ଶାହ, ୮ରେ ରାଜନାଥ ସିଂହ ବି ଆସିବେ

Published By : Prameya-News7 Bureau | May 05, 2024 IST

ଭୁବନେଶ୍ୱର ୦୫।୦୫ : ଆଉ ଥରେ ଓଡିଶା ଆସୁଛନ୍ତି ଅମିତ ଶାହ । ଆସନ୍ତା ୧୨ ତାରିଖରେ ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ନିର୍ବାଚନୀ ପ୍ରଭାରୀ ବିଜଲ ପାଲ୍‌ ସିଂ ତୋମାର ଏହି ସୂଚନା ଦେଇଛନ୍ତି । 

ଖବର ଅନୁଯାୟୀ, ଜମିଲାଣି ରାଜନୈତିକ ଉଷ୍ମତା । ଧୀରେ ଧୀରେ ଏବେ ଓଡିଶା ମୁହାଁ ହେଲେଣି ଦିଲ୍ଲୀ ନେତା । ଏହିକ୍ରମରେ ବିଜେପି ମଧ୍ୟ ପଛରେ ନାହିଁ । କିଛି ଦିନ ନିର୍ବାଚନୀ ପ୍ରଚାର ଲାଗି ଓଡିଶା ଗସ୍ତରେ ଆସିଥିଲେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସୋନପୁରରେ ଏକ ଜନସଭାରେ ଯୋଗ ଦେବା ସହ ଆଗାମୀ ନିର୍ବାଚନ ଲାଗି କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଆଉ ଏବେ ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା । ଆସନ୍ତା ୧୨ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି । 

ସେହିପରି ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୮ ତାରିଖ ଦିନ ରାଜନାଥ ସିଂହ ରାୟଗଡ଼ାରେ ହେବାକୁ ଥିବା ନିର୍ବାଚନୀ ସଭାରେ ଯୋଗଦେବେ । ଯେଉଁଥିରେ ସଭାକୁ ସମ୍ବୋଧନ କରିବା ସହ ଆଗାମୀ ନିର୍ବାଚନ ଲାଗି କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.