ଭଦ୍ରକ ୦୬।୦୮ : ନାରୀ ନିର୍ଯାତନା ବିରୋଧରେ ଆନ୍ଦୋଳନ। ବିଶାଳ ଶୋଭାଯାତ୍ରା ସହ ଜିଲ୍ଲା ଏସପିଙ୍କ ମାଧ୍ୟମରେ ପୋଲିସ ଡିଜିଙ୍କୁ ଏକ ଦାବିପତ୍ର ଦେଇଛି ବିଜୁ ଛାତ୍ର ଜନତା ଦଳ। ନାରୀ ନିର୍ଯାତନା ରୋକିବା ସହ ନାରୀଙ୍କୁ ସୁରକ୍ଷା ଲାଗି ଦାବି କରିଛନ୍ତି ଛାତ୍ରଛାତ୍ରୀ ।
ଭଦ୍ରକ ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ବିଭିନ୍ନ କଲେଜର ଛାତ୍ର ସଂଗଠନ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରିବା ସହ ନିର୍ଯାତନା ବିରୋଧରେ ନାରାବାଜି କରିଥିଲେ । ଗୋପାଳପୁର ଗଣଦୁଷ୍କର୍ମ ଘଟଣା, ଏଫ୍ଏମ୍ କଲେଜରେ ଛାତ୍ରୀ ଆତ୍ମାହୁତି, ବଳଙ୍ଗା ଘଟଣାକୁ ଉଦାହରଣ ଭାବେ ଆନ୍ଦୋଳନକାରୀମାନେ ଦର୍ଶାଇଛନ୍ତି । ତେଣୁ ରାଜ୍ୟରେ ସାଧାରଣ ଝିଅ କିମ୍ବା ନାରୀ ସୁରକ୍ଷିତ ନାହାନ୍ତି । ପୋଲିସ ଓ ସରକାର ମହିଳା ନିର୍ଯାତନା ରୋକିବାରେ ବିଫଳ ହୋଇଛି ବୋଲି ବିଜୁ ଛାତ୍ର ଜନତା ଦଳ ଅଭିଯୋଗ କରିଛି। ଏହି ସବୁ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଭଦ୍ରକ ଏସ୍ପିଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ।