'ଯୁଦ୍ଧ ପରେ ଭାରତ ପିଠିରେ ଛୁରି ମାରିଛି ପାକିସ୍ତାନ...': ପାକିସ୍ତାନୀ ସାମ୍ବାଦିକଙ୍କ ବୟାନ ଖୋଲିଦେଲା ମୁନିରଙ୍କ ମୁଖା

NEWS7
bjd-slams-medical-authorities-and-district-administration-over-death-of-patient-trapped-in-elevator-in-bhadrak

ନୂଆଦିଲ୍ଲୀ: ୧୯୪୭ ମସିହା। ଭାରତରୁ ଅଲଗା ହେଲା ପାକିସ୍ତାନ। ନିଜକୁ ସ୍ୱାଧୀନ କହି ଆତଙ୍କୀକୁ ପୋଷିଲା। ଏବେ ଭାରତକୁ କରିଆସୁଛି ଟାର୍ଗେଟ୍। କିନ୍ତୁ ପ୍ରତ୍ୟେକ ଆଟେମ୍ପ୍ଟ ଫେଲ୍। ଗତ ଆଠ ଦଶନ୍ଧି ଧରି ପାକିସ୍ତାନ ସହିତ ସମ୍ପର୍କ ସ୍ୱାଭାବିକ କରିବା ପାଇଁ ଅନେକ ପଦକ୍ଷେପ ନେଇଛି ଭାରତ। ବଦଳରେ ପାଇଛି କଣ। କେବଳ ବିଶ୍ୱାସଘାତକତା। ଏକଥା ଭଲରେ ଜାଣିସାରିଲେଣି ପାକିସ୍ତାନୀ ଜନସାଧାରଣ। ମୁର୍ଖ ଶାସକଙ୍କ କବଳରେ ଇସଲାମାବାଦ। ଜଣେ ଜଣାଶୁଣା ପାକିସ୍ତାନୀ ସାମ୍ବାଦିକ ମୋଇଦ ପିରଜାଦାଙ୍କ ଜେନେରାଲ ଅସୀମ ମୁନିରଙ୍କ ମୁଖା ଖୋଲିଛି।

ପିରଜାଦାଙ୍କ ବୟାନ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ଫଳାଫଳ ଓ ଚୁକ୍ତିକୁ ନେଇ। ପୂର୍ବ ପାକିସ୍ତାନର ସ୍ୱାଧୀନତା ପରେ ଜନ୍ମ ନେଇଥିଲା ବାଂଲାଦେଶ। ଯୁଦ୍ଧ ଶେଷରେ ଢାକାରେ ଆତ୍ମସମର୍ପଣ କରିଥିଲା ପାକିସ୍ତାନୀ ସେନା। ହଜାର ହଜାର ପାକିସ୍ତାନୀ ସୈନିକଙ୍କୁ ଯୁଦ୍ଧବନ୍ଦୀ ଭାବରେ ନେଇଥିଲା ଭାରତ। ଜେନେଭା ଚୁକ୍ତିନାମା ଅନୁଯାୟୀ ଏହି ଯୁଦ୍ଧବନ୍ଦୀମାନଙ୍କୁ ସମ୍ମାନର ସହିତ ବ୍ୟବହାର କରିଥିଲା ଭାରତ। ପରେ ସିମଲା ଚୁକ୍ତି (୧୯୭୨) ଅନୁଯାୟୀ ସେମାନଙ୍କୁ ମୁକ୍ତ କରିଥିଲା, ଯେଉଁଥିରେ ଉଭୟ ଦେଶ ଦ୍ୱିପାକ୍ଷିକ ସମାଧାନର ପ୍ରତିଶ୍ରୁତି ଦେଇଥିଲେ।୧୯୭୧ ଯୁଦ୍ଧ ପରେ ଭାରତ ସହିତ ପାକିସ୍ତାନ ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି ପିରଜାଦା। ଚୁକ୍ତି ପରେ ନୂଆଦିଲ୍ଲୀ ପିଠିରେ ଛୁରି ମାରିଥିଲା ଇସଲାମାବାଦ।

ଦୁଇ ଦେଶ ମଧ୍ୟରେ ସମସ୍ତ ସମସ୍ୟା ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ପାକିସ୍ତାନ ଏବଂ ଭାରତ ସହମତ ହୋଇଥିଲେ। କିନ୍ତୁ ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ମଞ୍ଚକୁ ନେଇ ଏହି ଚୁକ୍ତି ଭାଙ୍ଗିଛି। ଭାରତ ୯୦,୦୦୦ ପାକିସ୍ତାନୀ ଯୁଦ୍ଧବନ୍ଦୀଙ୍କୁ ଅତ୍ୟନ୍ତ ସମ୍ମାନର ସହିତ ବ୍ୟବହାର ଓ ମୁକ୍ତ କରିଥିଲା। କିନ୍ତୁ ପ୍ରତିବଦଳରେ କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରରେ ଉଠାଇଥିଲା ପାକିସ୍ତାନ। ଏହାକୁ ବିଶ୍ୱାସଘାତକତା ନୁହେଁ ତ ଆଉ କଣ ବୋଲି ପଚାରିଛନ୍ତି ପିରଜାଦା।ପିରଜାଦାଙ୍କ ତାଙ୍କ ମନ୍ତବ୍ୟରେ ଅନେକ ଘଟଣାକ୍ରମର ଖୁଲାସା କରିଛନ୍ତି । ଜେଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପୋଷ୍ଟ କରିଥିଲେ ଭାରତୀୟ ସାମ୍ବାଦିକ ବିକ୍ରାନ୍ତ ଗୁପ୍ତା।

ଏହି ପୋଷ୍ଟରେ ପିରଜାଦାଙ୍କ ପ୍ରତିକ୍ରିୟା ପରେ ବିବାଦ ଆରମ୍ଭ। ଗୁପ୍ତା ଲେଖିଥିଲେ ଯେ କ୍ରିକେଟର ଭବିଷ୍ୟତ ଦେଖିଥିବା ବ୍ୟକ୍ତି ଇମ୍ରାନ ଖାନ ଜେଲରେ ତାଙ୍କର ଦୃଷ୍ଟିଶକ୍ତି ହରାଇଛନ୍ତି। ଯାହା ଅତ୍ୟନ୍ତ ଦୁଃଖଦ।ପିରଜାଦା ପ୍ରତିକ୍ରିୟା ଦେଇ ପାକିସ୍ତାନ ଏବଂ ଏହାର ପଞ୍ଜାବୀ ସେନାର କାହାଣୀ ବଖାଣିଛନ୍ତି। କେବଳ ସେତିକି ନୁହେଁ ବଙ୍ଗ ନାଗରିକଙ୍କ ନରସଂହାର ଠାରୁ ଆରମ୍ଭ କରି ଜୁଲଫିକର ଅଲି ଭୁଟ୍ଟୋଙ୍କ ଫାଶୀ ପର୍ଯ୍ୟନ୍ତ। ଆଉ ଏବେ ଇମ୍ରାନ ଖାନଙ୍କୁ ଅନ୍ଧ କରିବା ଯାଏଁ। ସେ ୧୯୭୧ ମସିହାରେ ପୂର୍ବ ପାକିସ୍ତାନରେ ବଙ୍ଗାଳୀମାନଙ୍କ ନରସଂହାର, ୧୯୭୯ ମସିହାରେ ଭୁଟ୍ଟୋଙ୍କ ଫାଶୀ ଏବଂ ବର୍ତ୍ତମାନ ଇମ୍ରାନ ଖାନଙ୍କ ପରିସ୍ଥିତିକୁ ଯୋଡିଛନ୍ତି।୭୩ ବର୍ଷୀୟ ଇମ୍ରାନ ଖାନ ଅଗଷ୍ଟ ୨୦୨୩ ରୁ ଜେଲରେ ଅଛନ୍ତି। ଦୁର୍ନୀତି ପାଇଁ ୧୪ ବର୍ଷର ଜେଲଦଣ୍ଡ ଭୋଗୁଛନ୍ତି। ସେ ଏହି ଅଭିଯୋଗଗୁଡ଼ିକୁ ରାଜନୈତିକ ପ୍ରତିଶୋଧ ବୋଲି କହୁଛନ୍ତି।

also- 'ଆମେରିକା ଇଜ୍ ବ୍ୟାକ୍‌, ଏହା ଦେଶର ସୁବର୍ଣ୍ଣ ଯୁଗ...', ନିଜ ମୁହଁରେ ନିଜର ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ

ସାମ୍ପ୍ରତିକ ରିପୋର୍ଟରୁ ଜଣାପଡିଛି ଯେ ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ହରାଇଛନ୍ତି। ଯାହା ଏକ ରାଜନୈତିକ ବିବାଦ ସୃଷ୍ଟି କରିଛି। ପିରଜାଦା ପାକିସ୍ତାନ ସରକାରଙ୍କୁ ସମାଲୋଚନା କରି ଇମ୍ରାନ ଖାନଙ୍କ ପୁଅ କାସିମ ଖାନଙ୍କୁ ପରାମର୍ଶ ଦେଇଛନ୍ତି। ଇମ୍ରାନ ଖାନଙ୍କ ଅବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ଆନ୍ତର୍ଜାତୀୟ ସ୍ତରରେ ସ୍ୱର ଉଠାଇବା ଉଚିତ ଥିଲା। ବ୍ରିଟେନ, ୟୁରୋପ ଏବଂ ଆମେରିକାର ଦ୍ୱାରସ୍ଥ ହେବାକୁ ଇମ୍ରାନଙ୍କ ପରିବାରକୁ ଅନୁରୋଧ କରିଛନ୍ତି। ପାକିସ୍ତାନରୁ ଶୁଭିଲାଣି ପାକିସ୍ତାନ ବିରୋଧୀ ସ୍ୱର। ଅକଳରେ ସରକାର। ଏହା ଇସଲାମାବାଦ ରାଜନୀତିରେ ବଡ଼ ପରିବର୍ତ୍ତନର ସଙ୍କେତ।