#US_Iran_war ଆମେରିକ-ଇରାନ ଯୁଦ୍ଧରେ ନିହତ ହୋଇଛନ୍ତି ୫ ଭାରତୀୟ, ଜଣଙ୍କର ମିଳୁନି ପତ୍ତା

NEWS7
bjd-press-meet-over-vishal-das-detained-by-chhattisgarh

ତେହେରାନ, ୧୫ /୦୩:ମଧ୍ୟପ୍ରାଚ୍ୟରେ ଲାଗି ରହିଛି ଯୁଦ୍ଧ । ଏଥି ଯୋଗୁ ଏପର୍ଯ୍ୟନ୍ତ ୫ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ନିଖୋଜ ଅଛନ୍ତି । ନିଖୋଜ ଭାରତୀୟଙ୍କୁ ଠାବ କରିବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଉପସାଗରୀୟ) ଅସୀମ ମହାଜନ ଏହି ସୂଚନା ଦେଇଛନ୍ତି ।

ମଧ୍ୟପ୍ରାଚ୍ୟ ପରିସ୍ଥିତି ଉପରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ସେ କହିଛନ୍ତି ଯେ ପୂର୍ବରୁ ଘଟିଥିବା ବିଭିନ୍ନ ଘଟଣାରେ ଏହି ଭାରତୀୟଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମୃତଦେହ ସ୍ୱଦେଶ ଫେରାଇ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି । ନିଖୋଜ ଭାରତୀୟଙ୍କୁ ଠାବ କରିବା ଲାଗି ଓମାନ,ୟୁଏଇ ଓ ଇରାକରେ ଥିବା ଦୂତାବାସ ପକ୍ଷରୁ ସେଠାକାର ସରକାରଙ୍କ ସହ ନିୟମିତ ଯୋଗାଯୋଗ କରାଯାଉଛି ।

ସେହିପରି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଫସିରହିଥିବା ଭାରତୀୟଙ୍କ ସୁରକ୍ଷା ପ୍ରତି ମଧ୍ୟ ସରକାର ବିଶେଷ ଧ୍ୟାନ ଦେଉଛନ୍ତି । ବିଦେଶ ମନ୍ତ୍ରଣାଳୟ ଏବଂ କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ବାହାରିନ ଓ କୁଏତରୁ କୌଣସି ବିମାନ ଚଳାଚଳ କରୁନାହିଁ । ତେଣୁ ସେଠାରେ ରହିଥିବା ଭାରତୀୟଙ୍କ ଭିସା ସମୟ ସୀମା ବଢ଼ାଯାଇଛି ।

ଏହି ଖବରଟି ପଢନ୍ତୁ...  ଆମେରିକାର ୫ ଫାଇଟର୍ ଜେଟ୍ ନଷ୍ଟ ! ଇରାନ୍ କରୁଛି ଦାବି, କିନ୍ତୁ ଟ୍ରମ୍ପ୍ କହିଲେ...

ହମାସର ଅପିଲ

ଇରାନ ପଡୋଶୀ ଦେଶରେ ଥିବା ଆମେରିକାର ବେସକୁ ଟାର୍ଗେଟ୍ କରୁଛି । ଯାହାକୁ ନେଇ ଖୁସି ନାହିଁ ହମାସ । ହମାସ ନିଜ ବୟାନରେ କହିଛି ଯେ, ଅନ୍ତର୍ଜାତୀୟ ମାନଦଣ୍ଡ ଓ ଆଇନ ଅନୁସାରେ, ଇରାନ ନିଜର ପଡ଼ୋଶୀ ଦେଶକୁ ଟାର୍ଗେଟ୍ ନ କରୁ। ନିକଟରେ ହମାସ ଇରାନ ସର୍ବୋଚ୍ଚ ନେତା ଅଲୀ ଖାମେନିଙ୍କ ହତ୍ୟାକୁ ଦୃଢ ନିନ୍ଦା କରିଥିଲା। ଆମେରିକା ଓ ଇସ୍ରାଏଲର ମିଳିତ ଅପରେସନରେ ଖାମେନିଙ୍କ ମୃତ୍ୟୁ ଘଟିଛି। ହମାସ କହିଛି ଏହା ଏକ ଘୃଣ୍ୟ କାମ। ଖାମେନି ସର୍ବଦା ପାଲେଷ୍ଟାଇନର ସମର୍ଥନ କରି ଆସିଥିଲେ। ସେ ରାଜନୈତିକ ହେଉ କି କୂଟନୈତିକ ଅବା ସାମରିକ ଖାମେନି ଆମ ଲୋକଙ୍କୁ ସବୁ ପ୍ରକାରର ସହାୟତ ଦେଉଥିଲେ।