କାହା ଅର୍ଡ଼ରକୁ ଅପେକ୍ଷା କରିଥିଲା ପୋଲିସ ? ହାରିବା ଭୟରେ ଏଭଳି ଘୃଣ୍ୟ କାମ : ବିଜେଡ଼ି

Published By : Prameya-News7 Bureau | January 11, 2025 IST

ଭୁବନେଶ୍ବର ୧: ବିଜେପି ଗଣତନ୍ତ୍ରକୁ ହତ୍ୟା କରିବାରେ କୌଣସି ସୁଯୋଗ ଛାଡେନି । ଦୁଇ ଦିନ ତଳେ ଝାରସୁଗୁଡ଼ା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥାକୁ ନେଇ ଯେଉଁଭଳି ଆଚରଣ କଲା ତାହା ଜ୍ୱଳନ୍ତ ଉଦାହରଣ ବୋଲି ବିଜେଡ଼ି କହିଛି । ଦୁଇ ଦୁଇଟି ରାଜ୍ୟ ପୋଲିସକୁ ଲଗାଇ ବିଶାଲ ଦାସଙ୍କୁ ବେଆଇନ ଭାବେ ଅଟକାଗଲା । ନବୀନ ବାବୁ ଯେତେବେଳେ ଚିଠି ଲେଖିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ସେତେବେଳେ ବିଶାଲଙ୍କୁ ଛଡାଗଲା ବୋଲି ବିଜେଡ଼ି ସାଂସଦ ସସ୍ମିତ ପାତ୍ର କହିଛନ୍ତି ।

ଅନାସ୍ଥା ଯେତେବେଳେ ଆସିଲା ସେତେବେଳେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା । ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ । ୧୦ ଜାନୁଆରୀ ଅନାସ୍ଥା ପାଇଁ ତାରିଖ ଦିଆଗଲା । କିନ୍ତୁ ବିଜେପି ପକ୍ଷରୁ କିଛି ନେତା ପଞ୍ଚାୟତ ପ୍ରତିନିଧିଙ୍କୁ ଜାନୁଆରୀ ୮ରେ ଧମକ ଚମକ ଦେଲେ । ଜାନୁଆରୀ ୯ ତାରିଖରେ ଲଇକେରା ଥାନା ଅଧିକାରୀ ଗୋଟେ ପ୍ରାଇଭେଟ୍ ପ୍ରପର୍ଟିକୁ ଯାଇ ବେଆଇନ ଭାବେ ସର୍ଚ୍ଚ କଲେ । ମୋ ଭାଇଙ୍କ ନାଁରେ ମାଲିକାନା ଅଛି । ଏନେଇ ଆଇଜିଙ୍କୁ ଭେଟି ଆଲୋଚନା କଲୁ ।  କିନ୍ତୁ ତାପର ଦିନ ଛତିଶଗଡ଼ ଯାଇ ହୋଟେଲରେ ସର୍ଚ୍ଚ କଲେ । ମିସିଂ କେସ୍ ଦର୍ଶାଇ ସରପଞ୍ଚ, ସମିତି ସଭ୍ୟଙ୍କୁ ଅଟକ ରଖାଗଲା ।  ମୋ ଭାଇ ଖବର ପାଇ ହୋଟେଲକୁ ଗଲେ କିନ୍ତୁ ହୋଟେଲ ଆଗରେ ପହଞ୍ଚିଲା ବେଳକୁ ହୋଟେଲର ସଟର ପଡିଥିଲା । ଛତିଶଗଡ଼ ପୋଲିସ ମୁତୟନ ଥିଲେ ।   ମୋ ଭାଇ ବିଶାଲ ଯେତେବେଳେ ପୋଲିସକୁ ପଚାରିଲେ କାହିଁକି ଅଟକ ରଖାଯାଇଛି ସେତେବେଳେ ପୋଲିସ କହିଲା ଉପରୁ ଅର୍ଡ଼ର ଆସିଲେ ଛାଡିବୁ । କାହା ଅର୍ଡ଼ରକୁ ଅପେକ୍ଷା ଥିଲା ? ହାରିବା ଭୟରେ ଏଭଳି ଘୃଣ୍ୟ କାମ କଲେ ସରକାର । ଆମ ପରିବାର ସହ ଯାହା ଘଟିଛି ତାହା ସମସ୍ତଙ୍କୁ ଜଣା । ଆମ ପରିବାରକୁ ଏବେବି ଟାର୍ଗେଟ୍ କରାଯାଉଛି । ଦମ୍ ଅଛି ଯଦି କାଲି ଭୋଟିଂ କରନ୍ତୁ । ହାରିଗଲେ ମୁଁ ସ୍ୱୀକାର କରିବି । କିନ୍ତୁ ତାଙ୍କ ମନରେ ଭୟ ଅଛି ବୋଲି କହିଲେ ବିଜେଡ଼ି ନେତ୍ରୀ ଦୀପାଳି ଦାସ କହିଛନ୍ତି ।

You Can Read:

ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ୍, ଦିନ ଦ୍ବିପ୍ରହରରେ ଥାନା ସମ୍ମୁଖରୁ ଝାମ୍ପିନେଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.