ହାଟକୁ ଯାଇଥିଲେ ଅରୁଣ, ବାଟରୁ ମିଳିଲା ଟଙ୍କା ଭର୍ତ୍ତି ପର୍ସ

NEWS7
bjd-party-meeting-in-patia-crystal-hotel-bbsr

ସାଲେପୁର ୧୬/୦୨: ବଞ୍ଚିଛି ମାନବିକତା । ଏବେ ବି କିଛି ଜଣଙ୍କ ଭିତରେ ବଞ୍ଚିରହିଛି ମଣିଷପଣିଆ । ଏମିତି ଜଣେ ବ୍ୟକ୍ତି ସାଲେପୁର ବୋଦାମୁଣ୍ଡାଇ ଅଂଚଳର ଅରୁଣ କୁମାର ମହାରଣା । ରାସ୍ତାରୁ ପାଇଥିବା ଜିନିଷ ଫେରାଇ ସୃଷ୍ଟି କରିଛନ୍ତି ଉଦାହରଣ । ତେବେ ଏମିତି ସେମିତ ଜିନିଷ ନୁହେଁ ମନିପର୍ସ ସହ ୭୦୦୦ ହଜାର ଟଙ୍କା ପାଇ ଫେରାଇଲେ ହଜିଯାଇଥିବା ମହିଳାଙ୍କୁ ।

ସୂଚନା ଥାଉକି, ଗତ ୮ ଦିନ ତଳେ ସାଲେପୁର ହାଟ ନିକଟରେ ଏକ ମନିପର୍ସ ପାଇଥିଲେ ଅରୁଣ । ସେଥିରେ ସେ ଟଙ୍କା ଥିବା ଜାଣି ସୋସିଆଲ ମିଡିଆରେ ପର୍ସ ପାଇଥିବା ସୂଚନା ଦେଇଥିଲେ । ଏପରିକି ଯଦି କାହାର ହଜି ଯାଇଥିବ ଉପଯୁକ୍ତ ପ୍ରମାଣ ଦେଇ ନିଜ ମନିପର୍ସ ନେଇଯିବାକୁ ସୂଚନା ମଧ୍ୟ ଦେଇଥିଲେ ।

also read..

ବ୍ରିଜ୍‌ ତଳକୁ ଖସିଲା ଅଦା ବୋଝେଇ ଟ୍ରକ୍, ଅଳ୍ପକେ ଡ୍ରାଇଭର ଓ ହେଲ୍‌ପର

ସୋସିଆଲ ମିଡିଆରୁ ସାଲେପୁର ଶିଶୁ ମନ୍ଦିର ରୋଡରେ ରହୁଥିବା ମମତା ଜେନା ଉପଯୁକ୍ତ ପ୍ରମାଣ ଦେଇ ପୋଲିସ ଉପସ୍ଥିତରେ ନିଜ ମନିପର୍ସ ସହ ୭୦୦୦ ହଜାର ଟଙ୍କା ଫେରିପାଇଥିଲେ । ସେଥିପାଇଁ ପର୍ସ ପାଇଥିବା ଅରୁଣ କୁମାର ମହାରଣାଙ୍କ ମହାନତା ପାଇଁ ଉଭୟ ପୋଲିସ ଓ ଅରୁଣ ଙ୍କୁ ଫେରି ପାଇଥିବା ମମତା ଅଶେଷ କୃତଜ୍ଞତା ଜଣାଇଥିଲେ ।