ସଭାମଞ୍ଚରୁ ବିଜେଡି ବିଧାୟକ ରାଜା ସ୍ବାଇଁଙ୍କ ତେରଛା ବାଣ, କହିଲେ- ଓବିସି ପ୍ରସଙ୍ଗ ନିର୍ବାଚନ ପୂର୍ବରୁ ଉଠାଇଥିଲେ ଆଜି ରାଜ୍ୟ ରାଜନୀତିର ଚିତ୍ର ଭିନ୍ନ ହୋଇଥାନ୍ତା

Published By : Prameya-News7 Bureau | May 21, 2025 IST

ଭୁବନେଶ୍ବର ବିଜେଡି ସମୟରେ ଗଠନ ହୋଇଥିବା ଓବିସି କମିଶନ ଗଠନର ଗୁମର ଖୋଲିଲେ ରାଜା ସ୍ଵାଇଁ । ବିଜେଡି ନେତାଙ୍କୁ ମାରିଲେ ତେରଛା ବାଣ । ସଭାମଞ୍ଚରୁ କହିଲେ ଓବିସି ପ୍ରସଙ୍ଗ ନିର୍ବାଚନ ପୂର୍ବରୁ ଆମେ ଉଠାଇଥିଲେ ଆଜି ରାଜ୍ୟ ରାଜନୀତିର ଚିତ୍ର କିଛି ଭିନ୍ନ ରହିଥାନ୍ତା । ଯେତେବେଳେ ସମଗ୍ର ଭାରତ ବର୍ଷରେ ସାମାଜିକ ନ୍ୟାୟର ଲଢେଇ ଚାଲିଥିଲା ସେତେବେଳେ ଆମେ ଟିକେ ଦ୍ଵନ୍ଦ୍ବ ଭିତରେ ରହି ଯାଇଥିଲୁ । ଆଜି ସେ ଦ୍ଵନ୍ଦ୍ବ ବୋଧ ହୁଏ ହଟିଯାଇଛି । ଆଉ ହଲର ବଲର ହେବାର ନାହିଁ। ଗୋଟିଏ ସିଧା ଧାଡିରେ ଯିବା । ଓବିସି କମିଶନ ଗଠନ ସମୟରେ ମୁଁ ବବି ଦାସଙ୍କ ସହ ଲଢେ଼ଇ କରିଥିଲି । କହିଥିଲି ବାବା ଓବିସି କମିଶନ ଆମେ କରିଛନ୍ତି କିନ୍ତୁ ମେଥୋଡୋଲୋଜି ଭୁଲ୍ ଅଛି । ହିସାବ କିତାବ ଠିକ୍ ଥିଲା । କିନ୍ତୁ ଅଙ୍କ ଭୁଲ ଥିଲା । ଆମ ପାଖରେ ଏବେ ଚ୍ୟାଲେଞ୍ଜ କୁଆଡ଼େ ଯିବା ହଲର ବଲର ହେବାର ନାହିଁ । ଆଜି ନିଅଁ ପଡ଼ିଲା ଯେଉଁମାନେ ଦଳ ଭିତରେ ରହି ଏସ୍‌ସି ଏସ୍‌ଟି ଓବିସି କଥାକୁ ହୀନମନ୍ୟ କରୁଥିଲେ ତାଙ୍କୁ ମୁଁ କହି ଦେଉଛି ଏବେ ଏହା ବିଜୁ ଜନତା ଦଳ କରିବ । ବିଜୁ ବାବୁଙ୍କର ଏସ୍‌ଟି ଏସ୍‌ସି ଓବିସିଙ୍କ ଭିତରେ ଗୋଟେ ଚାହିଦା ଥିଲା । ସେ ଚାହିଦାକୁ ଯେଉଁମାନେ ଅଗଲ ବଗଲ କରିଛନ୍ତି ଟିକେ ସିଧା ରାସ୍ତାକୁ ଆସିବାକୁ ହେବ । ନହେଲେ ଇତିହାସ ତୁମକୁ କ୍ଷମା ଦେବନି ବୋଲି ରାଜା ସ୍ବାଇଁ କହିଛନ୍ତି ।

You Can Read:

ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ ଦୂରହେଲା, ୧୮୦ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.