ମୁମ୍ଵାଇ ୨୧।୦୫; ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲଙ୍କ ସୁପରହିଟ୍ କମେଡି ଫ୍ରାଞ୍ଚାଇଜ୍ ହେରା ଫେରି। ଆଜିବି ମନେ ରଖିଛନ୍ତି ଫ୍ୟାନ୍ସ। ଏହି ଫିଲ୍ମରେ ପରେଶ ରାୱଲଙ୍କ ବାବୁରାଓ ଗଣପତରାଓ ଆପ୍ଟେ ଚରିତ୍ରକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। କିନ୍ତୁ ଖବର ଅନୁଯାୟୀ ଫିଲ୍ମରେ ଆଉ ନଜର ଆସିବେନି ବାବୁ ଭୟା। ଯାହାଫଳରେ ସେ କୋର୍ଟକୁ ଟାଣି ହୋଇଛନ୍ତି।
ଅଭିନେତା ଅକ୍ଷୟ କୁମାର ପରେଶ ରାୱଲଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଅକ୍ଷୟ ତାଙ୍କ ୩୫ ବର୍ଷର କ୍ୟାରିଅରରେ ପ୍ରଥମ ଥର ପାଇଁ କାହା ବିରୁଦ୍ଧରେ ମାମଲା ଦାୟର କରିଛନ୍ତି। ପ୍ରକୃତରେ, ‘ହେରା ଫେରି ୩’ର ସୁଟିଂ ଆରମ୍ଭ ହୋଇଯାଇଥିଲା। କିନ୍ତୁ ନିକଟରେ ପରେଶ ରାୱଲ ଏହି ଫିଲ୍ମକୁ ଅଧା ବାଟରେ ଛାଡି ଦେଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ଏ ବିଷୟରେ ନିର୍ଦ୍ଦେଶକ ପ୍ରିୟଦର୍ଶନ କହିଥିଲେ ଯେ ଅକ୍ଷୟଙ୍କ ପଦକ୍ଷେପ ଠିକ୍ ଥିଲା। ଅକ୍ଷୟଙ୍କର ଏହି ପଦକ୍ଷେପ ନେବାର ଅଧିକାର ଅଛି କାରଣ ତାଙ୍କର କଠିନ ପରିଶ୍ରମର ଟଙ୍କା ଏହି ପ୍ରୋଜେକ୍ଟରେ ବିନିଯୋଗ ହୋଇଛି।
ପ୍ରିୟଦର୍ଶନ କହିଲେ, ମୁଁ ଜାଣିନାହିଁ, କାରଣ ପରେଶ ଆମକୁ ଏ ବିଷୟରେ ଜଣାଇ ନଥିଲେ।' ଫିଲ୍ମ ଆରମ୍ଭ କରିବା ପୂର୍ବରୁ, ଅକ୍ଷୟ ମୋତେ ସୁନୀଲ ଏବଂ ପରେଶ ଉଭୟଙ୍କ ସହ କଥା ହେବାକୁ କହିଥିଲେ। ମୁଁ ଉଭୟଙ୍କ ସହ କଥା ହୋଇଥିଲି ଏବଂ ଉଭୟ ଏଥିପାଇଁ ପ୍ରସ୍ତୁତ ଥିଲେ।ଏତିକି ହିଁ ନୁହେଁ ଆଗୁଆ ଫିମଧ୍ୟ ନେଇଥିଲେ। ହେଲେ ସେ କାହିଁକି ଫିଲ୍ମ ଛାଡିଲେ ତାହା ସ୍ପଷ୍ଟ୍ କରିନାହାନ୍ତି। ସେପଟେ ପରେଶ ରାୱଲ କହିଥିଲେ, ହେରା ଫେରି ୩ରୁ ବାହାରିବାର ମୋର ନିଷ୍ପତ୍ତି କ୍ରିଏଟିଭ ଡିଫରେନ୍ସ ଯୋଗୁଁ ନଥିଲା।’ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ପ୍ରତି ମୋର ବହୁତ ପ୍ରେମ, ସମ୍ମାନ ଏବଂ ବିଶ୍ୱାସ ଅଛି। ଏପରି ସ୍ଥିତିରେ ଫିଲ୍ମର ପ୍ରଯୋଜକ ଅର୍ଥାତ୍ ଅଭିନେତା ଅକ୍ଷୟ କୁମାର ପରେଶ ରାୱଲଙ୍କ ଠାରୁ ୨୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ଅକ୍ଷୟ କୁମାର ଏବଂ ସୁନୀଲ ଶେଟ୍ଟୀଙ୍କ ସହ ‘ବାବୁ ରାଓ’ ଭୂମିକାରେ କେଉଁ ଅଭିନେତା ଅଭିନୟ କରିବେ।