ବିଜେଡିର ମହାମିଶ୍ରଣ : ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହେଲେ ୫ ଶହରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ

Published By : Prameya-News7 Bureau | May 23, 2024 IST

ମାହାଙ୍ଗା ୨୩।୫: ବିଜେପିକୁ ଟାର୍ଗେଟ୍ କରି ବିଜେଡିର ମହାମିଶ୍ରଣ ପର୍ବ । ୟୁପି ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନ ପ୍ରଚାରକୁ ଟାର୍ଗେଟ କଲେ ବିଧାୟକ ପ୍ରତାପ ଜେନା । ମାହାଙ୍ଗା ବିଜେଡିର ମହାମିଶ୍ରଣ ପର୍ବରେ ୫୦୦ରୁ ଅଧିକ କର୍ମୀ ବିଜେପି ଓ କଂଗ୍ରେସ ଛାଡି ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ପୋଡ଼ାମରେଇ ପଞ୍ଚାୟତର  ବିଜେପି ସଭାପତିଙ୍କ ସମେତ ମାହାଙ୍ଗାର ରାହାଣିଆ, ନୃତାଙ୍ଗ, ଜଳେଶ୍ଵରପୁର, ପଲ୍ଲୀସାହି, ସାହାପୁର ସମେତ ଅନେକ ପଞ୍ଚାୟତରୁ ୫୦୦ରୁ ଉର୍ଦ୍ଧ୍ବ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ବିଧାୟକ ପ୍ରତାପ ଜେନାଙ୍କ ଦ୍ଵାରା ମାହାଙ୍ଗାରେ ହୋଇଥିବା ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କର୍ମୀମାନେ କହିଛନ୍ତି ।

ସେପଟେ ବିଧାୟକ ପ୍ରତାପ ଜେନା କହିଛନ୍ତି ଯେ, ଯେହେତୁ ଆଜିର ଦିନରେ ବିଜେପିର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାହାଙ୍ଗାରେ ନିର୍ବାଚନୀ ପ୍ରଚାର କରୁଛନ୍ତି । ସେହି ପରିପ୍ରେକ୍ଷୀରେ ସେହି ସମୟରେ ଅନେକ ବିଜେପି କର୍ମୀ ବିଜେପି କାର୍ଯ୍ୟକ୍ରମକୁ ବାତିଲ କରି ଏକ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ଏବଂ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ସଂଖ୍ୟାରେ ବିଜୟୀ ହେବ ।

You Can Read :

ସରକାରୀ ଚାକିରିଆଙ୍କୁ BSKYରେ ସାମିଲ କରାଯିବ, ସୂଚନା ଦେଲେ ଭି.କେ. ପାଣ୍ଡିଆନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.