ନିଆଳିରେ ଭି.କେ. ପାଣ୍ଡିଆନ୍‌ଙ୍କ ପ୍ରଚାର, ‘ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ଦଳୀୟ ପ୍ରାର୍ଥୀଙ୍କୁ ୭୦ହଜାର ମାର୍ଜିନରେ ଜିତାନ୍ତୁ’

Published By : Prameya-News7 Bureau | May 23, 2024 IST

ଭୁବନେଶ୍ବର ୨୩।୫: ନିଆଳିରେ ବିଜେଡିର ବରିଷ୍ଠ ନେତା ଭି.କେ. ପାଣ୍ଡିଆନ୍‌ଙ୍କ ନିର୍ବାଚନ ପ୍ରଚାର । ନିଆଳିରେ ଆୟୋଜିତ ବିଶାଳ ଜନସଭାରେ ପାଣ୍ଡିଆନ୍‌ କହିଥିଲେ, ସବୁ ପ୍ରଶ୍ନର ଉତ୍ତର ଗୋଟିଏ ନବୀନ ପଟ୍ଟନାୟକ । ଏହି ଅବସରରେ ପାଣ୍ଡିଆନ ପଚାରିଥିଲେ, ମିଶନଶକ୍ତି କିଏ କରିଛି, ମମତା ଯୋଜନାରେ ୧୦ ହଜାର ଟଙ୍କା କିଏ ଦଉଛି, ବି.ଏସ୍‍.କେ.ୱାଇରେ ସ୍ୱାସ୍ଥ୍ୟ ସୁରକ୍ଷା କିଏ ଦଉଛି, ମଧୁବାବୁ ପେନ୍‍ସନରେ ଭତ୍ତା କିଏ ଦଉଛି, ଲକ୍ଷ୍ମୀ ବସ୍‌ରେ ମା’ମାନଙ୍କୁ ୫ ଟଙ୍କାରେ ଯାତାୟତ ସୁବିଧା କିଏ ଦଉଛି ? ଉପସ୍ଥିତ ଜନତା ଏକ ସ୍ୱରରେ ଉତ୍ତର ଦେଇଥିଲେ, ନବୀନ ପଟ୍ଟନାୟକ

ନିଆଳିକୁ ଏନ୍‍.ଏ.ସି. କିଏ କରିଛନ୍ତି, ମାଧବାନନ୍ଦଜୀଉ ମନ୍ଦିରର ରୂପାନ୍ତର ପାଇଁ ୫ କୋଟି ଟଙ୍କା କିଏ ଦେଇଛି, ନିଆଳି ଅଞ୍ଚଳର ମଠ, ମନ୍ଦିର, ଚର୍ଚ୍ଚ, ମସ୍‍ଜିଦ୍‍ ଆଦି ପୂଜାସ୍ଥଳର ରୂପାନ୍ତର କିଏ କରିଛି ବୋଲି ପାଣ୍ଡିଆନ୍ ପ୍ରଶ୍ନ କରିଥିଲେ ।  

ପାଣ୍ଡିଆନ୍ କହିଥିଲେ, ସମସ୍ତେ ଜାଣିଛନ୍ତି ସାରା ଓଡ଼ିଶା ଏକ ସ୍ୱରରେ କହୁଛି ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଥମ ଦସ୍ତଖତରେ ଆପଣମାନଙ୍କର, ୯୦ ପ୍ରତିଶତ ଲୋକଙ୍କର ବିଜୁଳି ବିଲ୍‍ ଛାଡ଼ କରିବେ । ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବି.ଏସ୍‍.କେ.ୱାଇ କାର୍ଡ ଦେବେ । ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ ଦେବେ, ମା’ମାନଙ୍କ ଅନୁରୋଧକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଉଜ୍ୱଳ ଭବିଷ୍ୟତ ଲାଗି ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି । ବିରୋଧୀ ଦଳ ମିଛ କଥା କହି, ଅପପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ଆପଣମାନେ ତା’ର ଜବାବ ଦିଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ୭୦ ହଜାର ମାର୍ଜିନରେ ଜିତାନ୍ତୁ ବୋଲି ପାଣ୍ଡିଆନ୍ କହିଥିଲେ ।

You Can Read :

ସତ୍ୟବାଦୀରେ ରାଜନୈତିକ ହିଂସା, କଟୁରୀରେ ମୁଣ୍ଡ ଓ ହାତକୁ ହାଣିଲେ ଯୁବକ

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.