ତିଗିରିଆରେ ପାଣ୍ଡିଆନ୍‌ଙ୍କ ପ୍ରଚାର, ଲକ୍ଷେ ଭୋଟ୍ ବ୍ୟବଧାନରେ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ

Published By : Prameya-News7 Bureau | May 14, 2024 IST

ଭୁବନେଶ୍ବର ୧୪।୫: ଆଠଗଡ ତିଗିରିଆରେ ବରିଷ୍ଠ ବିଜେଡି ନେତା ଭି.କେ. ପାଣ୍ଡିଆନ୍‌ଙ୍କ ନିର୍ବାଚନୀ ପ୍ରଚାର । ତିଗିରିଆରେ ପାଣ୍ଡିଆନ୍‌ଙ୍କୁ ସ୍ବାଗତ କଲା ବିରାଟ ଜନସମୁଦ୍ର । ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦେଇ ବିଜୁ ଜନତା ଦଳର ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ୧ ଲକ୍ଷ ଭୋଟ୍ ବ୍ୟବଧାନରେ ଜିତାଇବା ପାଇଁ ପାଣ୍ଡିଆନଙ୍କ ନିବେଦନ କରିଛନ୍ତି ।

ଏହି ଅବସରରେ ଆୟୋଜିତ ଜନସଭାରେ ପାଣ୍ଡିଆନ୍ କହିଛନ୍ତି, ବିଜେପିର ନେତାମାନେ ଆସିବେ, ମିଠା କଥା କହିବେ, ବଡ ବଡ ସ୍ବପ୍ନ ଦେଖାଇବେ । ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ, ମିଳିଲା କି ? ୨ କୋଟି ଚାକିରି ଦେବେ ବୋଲି କହିଥିଲେ, ମିଳିଲା କି ? LPG ଦର, ପେଟ୍ରୋଲ ଦର, ଡିଜେଲ ଦର ଆକାଶ ଛୁଆଁ, ଦର କମିଲା କି ? ଏବେ ନିର୍ବାଚନ ଆସିବାରୁ, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । 

ନବୀନ ବାବୁଙ୍କ ବିଜୁଳି ଛାଡ କଥା ଶୁଣି, ସେମାନଙ୍କୁ କରେଣ୍ଟ ଲାଗିଛି । ୫୦ ହଜାର ଟଙ୍କା ନେଇ ସୂର୍ଯ୍ୟକିରଣରୁ ମାଗଣା ବିଜୁଳି ଦେବେ ବୋଲି ଦିନରେ ଲଣ୍ଠନ ଦେଖାଉଛନ୍ତି । ନବୀନ ବାବୁ ପ୍ରତିଶୃତି ଦିଅନ୍ତି ଓ ରଖନ୍ତି ମଧ୍ୟ । ଧବଳେଶ୍ବର ପୀଠର ବିକାଶ ପାଇଁ ୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଆପଣଙ୍କ ନିର୍ବାଚନ ମଣ୍ଡଳୀରେ ପିଇବା ପାଣି ପାଇଁ ୩୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କାଳିଆ ଯୋଜନାରେ ଆଠଗଡ ତିଗିରିଆର ୪୬ ହଜାର ଚାଷୀ ଉପକାର ପାଉଛନ୍ତି । ଚାଷୀ ପରିବାରର ପିଲାମାନେ ମଧ୍ୟ ଉଚ୍ଚ ଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ପାଉଛନ୍ତି । ଚାଷୀଙ୍କ ପାଇଁ ବିନା ସୁଧରେ ୧.୫ ଲକ୍ଷ ଟଙ୍କା ଋଣ ଦେଉଛନ୍ତି । ଚାଷୀ ପରିବାରର ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା, ଚାଷୀ ମାନଙ୍କ ସମସ୍ୟା ସମାଧାନ, କାଳିଆ ଯୋଜନା ର କାର୍ଯ୍ୟକାରିତା ଓ ଜଳସେଚନ ବ୍ୟବସ୍ଥାର ଉନ୍ନତି ଦିଗରେ ରାଜା ସ୍ୱାଇଁଙ୍କ ବିଶେଷ ଅବଦାନ ରହିଛି ।

ଏହି ଅବସରରେ ଭାବପ୍ରବଣ ହେଲେ ରାଜା ସ୍ବାଇଁ । କହିଲେ ଏହି ନିର୍ବାଚନ ସମ୍ଭବତଃ ମୋ ପାଇଁ ଶେଷ ନିର୍ବାଚନ ହୋଇପାରେ । ସେହିଭଳି ୨୦୨୪ର ନିର୍ବାଚନ ଯୁବ ସମାଜ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ସତୃପ୍ତ ମିଶ୍ର କହିଛନ୍ତି ।

You Can Read :

ବାଙ୍କୀରେ ଭି.କେ. ପାଣ୍ଡିଆନ୍‌ଙ୍କ ନିର୍ବାଚନୀ ପ୍ରଚାର, ‘ନୂଆ ଓଡ଼ିଶାରେ ବାଙ୍କୀରେ ଗଡିବ ମେଟ୍ରୋ ରେଳ’

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.