ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ମଜବୁତ୍‌, ୮୦ ପ୍ରତିଶତ ହାରରେ ଜିତିବ ଦଳ - ଭିକେ ପାଣ୍ଡିଆନ୍‌

Published By : Prameya-News7 Bureau | May 26, 2024 IST

ଭୁବନେଶ୍ୱର ୨୬।୫: ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି । ରାଜ୍ୟରେ ବିଜେଡି ସରକାର ଗଠନ କରିସାରିଛି ବୋଲି ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଦମ୍ଭୋକ୍ତି । ଶନିବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି । ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ଓ ଲୋକଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରି ସରକାର କରିବ । 

ସେହିପରି  ୮୦% ରୁ ୮୫୧% ବିଜୟ ଉଭୟ ଲୋକସଭା ଓ ବିଧାୟକ ଏ ଯାଏଁ  ଜିତିଛୁ । ତୃତୀୟ ପର୍ଯ୍ୟାୟ ପରେ ସରକାର ଗଠନ କରିସାରିଛି ବିଜେଡି । ଭୁବନେଶ୍ୱରରେ ରେକର୍ଡ ପୋଲିଂ ହୋଇଛି । ମଧ୍ୟବିତ୍ତଙ୍କ ପାଇଁ ଯୋଜନା ଓ ଯୁବ ବଜେଟ ଲୋକଙ୍କ ହୃଦୟକୁ ଛୁଇଁଛି । ପୋଲିଂ ବଢିଛି ଏବଂ ବିଜେଡି ସପକ୍ଷରେ ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ମଧ୍ୟବିତ୍ତଙ୍କ ପ୍ଲାନ ଯୋଗୁଁ ଏତେ ବଢିଛି ଭୋଟ ବଢିଛି । 

ସେହିପରି ଇଣ୍ଡି ମେଣ୍ଟ ସହ ବିଜେଡିର ଆଲୋଚନ ନେଇ କହିଛନ୍ତି ଯେ, ଇଣ୍ଡି ସହ ମେଣ୍ଟ ଆଲୋଚନା ସମ୍ପୂର୍ଣ୍ଣ ମିଛ । ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି । ବିଜେପି ମିଛ ଅପପ୍ରଚାର ଓ କୁମ୍ଭୀର କାନ୍ଦଣା କାନ୍ଦୁଛି । ହେଲେ ଲୋକ ଜାଣିଛନ୍ତି ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ କଣ ସବୁ କରିଛନ୍ତି ।

 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.