୨ଦିନ ତଳେ ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ

Published By : Prameya-News7 Bureau | June 17, 2024 IST

ପୁରୀ ୧୭/୬: ୨ ଦିନ ତଳେ ନିଖୋଜ ଥିଲେ । ଆଜି ମିଳିଲା ମୃତଦେହ । ଚନ୍ଦନପୁରରେ ଯୁବକଙ୍କୁ ନିର୍ମମ ହତ୍ୟା । ମୃତକ ବାଲିପାଟଣା ଗାଁର ପ୍ରଦୀପ୍ତ ମଲ୍ଲିକ । ୨ଦିନ ଧରି ନିଖୋଜ ଥିଲେ ପ୍ରଦୀପ । ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ପୋଲିସ ଖୋଜାଖୋଜି କରୁଥିବାବେଳେ ସୋମବାର ପାଞ୍ଚବାଟିଆ ପୋଲାଙ୍ଗ ବାଡିରୁ ପ୍ରଦୀପଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରଦୀପ୍ତଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ପ୍ରଦୀପଙ୍କୁ କିଏ ଓ କାହିଁକି ହତ୍ୟା କରିଛି କାରଣ ଜଣାପଡିନି । ମୃତଦେହ ଜବତ କରି ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ କରୁଛି ପୋଲିସ । 


You Can Read:

ନିଛାଟିଆ ଜାଗାକୁ ଡାକି ସ୍ତ୍ରୀକୁ ହାଣିଲା ସ୍ବାମୀ, ଅଭିଯୁକ୍ତ ଫେରା

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.