ନୂଆଦିଲ୍ଲୀ ୨୨।୮: ଭୋଟ୍ ଚୋରି ଅଭିଯୋଗ ଏବଂ ଏସ୍ଆଇଆର୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି, ଭୋଟର ତାଲିକା ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଏ । ଦେଶରେ ମୁକ୍ତ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳନାର ମୌଳିକ ଦାୟିତ୍ୱ ନିର୍ବାଚନ କମିଶନ ଉପରେ ରହିଛି । ରାଜନୈତିକ ଦଳଗୁଡ଼ିକୁ ସତ୍ୟପାଠ ଦେବାକୁ କହିବା ପରିବର୍ତ୍ତେ, ନିର୍ବାଚନ କମିଶନ ନୈତିକତା ଦୃଷ୍ଟିରୁ ଦେଶର ଜନତା ଓ ଅଦାଲତଙ୍କ ନିକଟରେ ସତ୍ୟପାଠ ଦେବା ଉଚିତ । ଯେଉଁଥିରେ କୌଣସି ଭୁଲ ଭୋଟିଂ ହୋଇନାହିଁ ବୋଲି ଦାବି କରାଯାଇପାରିବ ବୋଲି ଅମର କହିଛନ୍ତି ।
ସେ ଆହୁରି କହିଛନ୍ତି, ଫର୍ମ ୧୭(ଏ), ଯାହା ମୂଳତଃ ସେହି ଦିନ ଭୋଟ୍ ଦେଇଥିବା ଭୋଟର ମାନଙ୍କର ତାଲିକା ପ୍ରସ୍ତୁତ କରେ । କେବଳ ତାହା ସ୍ପଷ୍ଟ ଚିତ୍ର ଦେଇପାରିବ ଯେ ଭୋଟର ତାଲିକାରେ ଦୁଇ ଥର ନାମ ଥିବା କୌଣସି ଭୋଟର ଦୁଇ ଥର ଭୋଟ ଦେଇଛନ୍ତି କି ନକଲି ଭୋଟର ଭୋଟ ଦେଇଛନ୍ତି । ନିର୍ବାଚନ କମିଶନଙ୍କୁ ଏହି ତଥ୍ୟ ଉପଲବ୍ଧ କରାଇବାକୁ ପଡ଼ିବ ବୋଲି ବିଜେଡି ସାଂସଦ କହିଛନ୍ତି ।
You Can Read:
ବଲାଣୀ ଟାଉନସିପ୍ ଅଞ୍ଚଳରେ ହିଟ୍ ଆଣ୍ଡ ରନ୍ : ଦୁଇ ତୃତୀୟ ଶ୍ରେଣୀ ଛାତ୍ରଙ୍କ ଉପରେ ଗାଡି ଚଢାଇ ବୋଲେରୋ ଚମ୍ପଟ