ଭୁବନେଶ୍ୱର ୧୦।୦୬ : ବିଜେଡିର ଗୁରୁତ୍ୱପୂର୍ଣ ବୈଠକ । ଶଙ୍ଖ ଭବନରେ ବିଜୁ ଜନତା ଦଳର ବସିଛି ବୈଠକ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଯେଉଁଥିରେ ଦଳର ବିଧାୟକ, ରାଜ୍ୟସଭା ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ଜିଲ୍ଲା ସଭାପତିଙ୍କ ଠାରୁ ଆରମ୍ଭ କରି ବହୁ ବରିଷ୍ଠ ନେତା ଯୋଗ ଦେଇଛନ୍ତି ।
ଖବର ଅନୁଯାୟୀ, ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାରକୁ ଏକ ବର୍ଷ ପୁରୁଛି । ସରକାରର ଚାରିଆଡେ ନିଜର ସଫଳ ଯୋଜନା ସଂପର୍କରେ ଲୋକଙ୍କୁ ଜଣାଇବାକୁ ଉଦ୍ୟମ କରୁଥିବା ବେଳେ ବିଜେଡି କରୁଛି ନୂଆ ପ୍ଲାନ୍ । ସରକାରଙ୍କ ବିଫଳତାକୁ ନେଇ କିପରି ଲୋକଙ୍କ ପାଖରେ ପହଞ୍ଚିବ । ସେନେଇ ଦଳ ପକ୍ଷରୁ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଶଙ୍ଖ ଭବନରେ ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅନେକ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ସରକାରଙ୍କୁ କିପରି ଦଳ ଘେରିବ, ସେନେଇ ରଣନୀତି ପ୍ରସ୍ତୁତ କରାଯିବା ଉପରେ ଆଲୋଚନା ଚାଲିଛି ।