ନାମ ସଙ୍କୀର୍ତ୍ତନରେ ସାମିଲ ହେଲେ ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା

Published By : Prameya-News7 Bureau | April 19, 2024 IST

ବିନିକା ।୪: ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ନେତା ମାନେ ଗାଁ ମୁହାଁ ହୋଇ ଲୋକ ମାନଙ୍କ ସହ ବିଭିନ୍ନ ଉପରେ ଆଲୋଚନା କରୁଛନ୍ତି l ବିଭିନ୍ନ ଦଲର ପ୍ରାର୍ଥୀ ମାନେ ଗାଁ ଗାଁବୁଲି ଜନସାଧାରଣ ସାମିଲ ହେବା ସହ ନାମ ସଙ୍କୀର୍ତ୍ତନ ପୂଜା ପାଠ ଗୁଡ଼ିକରେ ସାମିଲ ହେଉଛନ୍ତି l ବିରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ଆଜି ବିନିକା ସହର ନୂଆପାଳି ଗ୍ରାମଠାରେ ଚାଲୁଥିବା ଏକ ନାମ ସଙ୍କୀର୍ତ୍ତନ୍ୟରେ ଯୋଗ ଦେଇଥିଲେ l ନାମ ସଙ୍କୀର୍ତ୍ତନ୍ୟରେ ଯୋଗ ଦେଇ ଗ୍ରାମର ଲୋକଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ଉପରେ ମଧ୍ୟ ଆଲୋଚନା କରିଥଲେ l ମଣିଷ ଜୀବନରେ ନାମ ସଙ୍କୀର୍ତ୍ତନ ସହ ଧାର୍ମିକ ଜିବନ ଜାପନ କରିବା ବୋଲି କହିଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା l ବିନିକା ଅଞ୍ଚଳର ବିଭିନ୍ନ ଗାଁ ଗୁଡ଼ିକରେ ରାମ ନବମୀ ଦିନ ଠାରୁ ନାମ ସଙ୍କୀର୍ତ୍ତନ ଚାଲିଥିବା ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ବିନିକା ଅଞ୍ଚଳର ବିଭିନ୍ନ ନାମ ସଙ୍କୀର୍ତ୍ତନ ପୂଜା ହେଉଥିବା ସ୍ଥାନ ଗୁଡ଼ିକୁ ଯାଉଥିବା ଦେଖାଦେଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.