ଜଗତସିଂହପୁର ୬।୮: ଜଗତସିଂହପୁର ଜିଲ୍ଲା ବିରିଡି ଥାନାରେ ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ । ବାଲିଆ କୃତିବାସ ପାଟଣା ଗାଁର ପାର୍ଥ ସାରଥି ଦାସ ଜଗତସିଂହପୁର ଏସ୍ପିଙ୍କ ନିକଟରେ ଏପରି ସଙ୍ଗୀନ ଅଭିଯୋଗ କରିଛନ୍ତି ।
ପାର୍ଥ ସାରଥି ତିର୍ତ୍ତୋଲ ବିଧାୟକଙ୍କ ସହିତ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡ଼ିଓଙ୍କ ସହିତ ଏକ ବିଲ୍ ବାବଦରେ ଆଲୋଚନା କରି ଫେରୁଥିବା ବେଳେ କିଛି ଅସାମାଜିକ ଯୁବକ ତାଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ । ସେ ଏହାର ପ୍ରତିବାଦ କରିବାରୁ ସେଠାରେ ଉପସ୍ଥିତ ଥିବା ବିରିଡି ଥାନା ଅଧିକାରୀ ମାଡ଼ ମାରିଥିବା ଯୁବକ ମାନଙ୍କୁ ଛାଡି ଦେଇ ପାର୍ଥ ସାରଥୀଙ୍କୁ ଥାନାକୁ ଧରି ନେଇ ନିସ୍ତୁକ ମାଡ଼ ମାରିଥିଲେ । ପାର୍ଥ ଗୁରୁତର ହୋଇ ଜଗତସିଂହପୁର ଓ ପରେ କଟକରେ ଚିକିତ୍ସିତ ହୋଇ ଫେରିବା ସହ ଏ ବାବଦରେ ଏସ୍ପି ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
You Can Read:
ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ, ଆତ୍ମହତ୍ୟା ଉଦ୍ୟମ କରି ମେଡିକାଲରେ ଭର୍ତ୍ତି