LIVE TV
LIVE TV

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସର ଶୁଭାରମ୍ଭ : ସୋଆ ଷ୍ଟାଡିୟମରେ ସ୍ୱତନ୍ତ୍ର ପ୍ରଦର୍ଶନୀ

NEWS7
birat-rohit-and-dhoni-is-most-popular-cricketer-in-world

ଭୁବନେଶ୍ୱର: ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ । ଏହି ଦିବସ ଅବସରରେ ସ୍ୱତନ୍ତ୍ର ପ୍ରଦର୍ଶନୀ ଆରମ୍ଭ ହୋଇଛି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆସନ୍ତା ତିନିଦିନ ଧରି ଚାଲିବ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିବା ସହ ପ୍ରଦର୍ଶନୀକୁ ଲୋକାପର୍ଣ କରିଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ସୋଆର ଉପକୁଳପତି ପ୍ରଫେସର ପି.କେ. ପାତ୍ର ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍.ଏସ୍ ଗୋପାଳନ୍ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଉଦଘାଟନୀ କାର୍ଯ୍ୟକ୍ରମରେ ବିଭାଗୀୟ ସ୍ୱତନ୍ତ୍ର ସଚିବ ସୁଶ୍ରୀ ରଜନୀ ଜାନି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତି ପାରୁଲ ପଟୱାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂଙ୍କୁ ସ୍ୱାଗତ କରିଥିଲେ ।

ଏହି ଅବସରରେ ସୋମବାର ସକାଳେ ଭୁବନେଶ୍ୱର ଷ୍ଟୁଡିଓ ଛକ ଠାରୁ ସୋଆ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା । ପ୍ରଦର୍ଶନୀ ମଧ୍ୟରେ ଭିନ୍ନକ୍ଷମଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଘରକରଣା ସାମଗ୍ରୀ, ଖେଳ ଉପକରଣ ଆଦି ପ୍ରଦର୍ଶିତ ହୋଇଥିଲା । ସେହିପରି ଷ୍ଟାଡିୟମ୍ରେ ଦିବ୍ୟାଙ୍ଗ କ୍ରୀଡାବିତ୍ଙ୍କୁ ନେଇ କ୍ରୀଡା ପ୍ରତିଯୋଗିିତା ଆୟୋଜିତ ହୋଇଥିଲା । ସୋଆ କ୍ୟାମ୍ପସରେ ୩ ଦିନ ବ୍ୟାପୀ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।