କେଦାରନାଥରେ ୨୦୧୩ ଜଳପ୍ରଳୟ ପରେ ଏବେ ଖୋଲିବ ଯାତ୍ରାର ପାରମ୍ପାରିକ ମାର୍ଗ, ଶ୍ରଦ୍ଧାଳୁଙ୍କ ପାଇଁ ହେବ ସହଜ

NEWS7
bio-metric-attendance-system-for-higher-education-department-employees

ନୂଆଦିଲ୍ଲୀ: କେଦାରନାଥ ଧାମ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଲାଗି ବଡ଼ ଖବର । କେଦାରନାଥ ଯାଉଥିବା ଶ୍ରଦ୍ଧାଳୁ ଏଣିକି ପାରମ୍ପାରିକ ପାଦଚଲା ମାର୍ଗରେ ଯାତ୍ରା କରିପାରିବେ । ଉଲ୍ଲେଖଯୋଗ୍ୟ, ଯାତ୍ରା ଏହି ପାରମ୍ପାରିକ ପାଦଚଲା ମାର୍ଗ ୨୦୧୩ରେ ଆସିଥିବା ଜଳପ୍ରଳୟ ସମୟରେ ଧ୍ୱସ୍ତ ହୋଇଯାଇଥିଲା । ଏବେ ଲୋକ ନିର୍ମାଣ ବିଭାଗ ଓ ଡିଡିଏମଏ ଏହି ପୁରୁଣା ମାର୍ଗକୁ ପୁଣି ଥରେ ଠିକ୍ କରିଛନ୍ତି । ରାମବାଡ଼ା ଓ ଗରୁଡ଼ଚଟ୍ଟି ମଧ୍ୟରେ ୫.୩୫ କିଲୋମିଟର ପାଦଚଲା ମାର୍ଗ ମଧ୍ୟ ନିର୍ମାଣ କରାଯାଇଛି ।

ଏହି ପୁରୁଣା ପାଦଚଲା ମାର୍ଗ ରାମବାଡ଼ା-ଗରୁଡ଼ଚଟ୍ଟି ଦେଇ କେଦାରନାଥ ଯିବ । ୨୦୧୩ ମସିହା ପରେ ଏବେ ୨୦୨୬ରେ ଏହାକୁ ଖୋଲାଯିବ । ଏହି ରାସ୍ତାକୁ ନୂଆ ରାସ୍ତା ସହ ତୁଳନା ଅଧିକ ସିଧା ଓ ସହଜ ବୋଲି କୁହାଯାଉଛି । ଏପରି ସ୍ଥିତିରେ ଶ୍ରଦ୍ଧାଳୁଙ୍କୁ ଏହି ମାର୍ଗରେ ଯାତ୍ରା କରିବାର ଲାଭଦାୟକ ହେବ ।  ଖବର ଅନୁସାରେ ଚଳିତ ବର୍ଷ ଏପ୍ରିଲ ୨୩ରୁ କେଦାରନାଥ ଧାମର ଦ୍ୱାର ଖୋଲିବ ।

ରାମବାଡ଼ା-ଗରୁଡ଼ଚଟ୍ଟି ମଧ୍ୟରେ ୫.୩୫ କିଲୋମିଟର ମାର୍ଗ ୨୦୨୩-୨୪ରେ ପ୍ରସ୍ତୁତ କରାଯାଇଥିଲା । ରାମବାଡ଼ରୁ କେଦାରନାଥ ଯାଏ ପାଦଚଲା ମାର୍ଗ ୨୦୨୪ରେ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ରାସ୍ତାର ରେଲିଂ ଓ ପେଣ୍ଟିଂ କାମ ଜାରି ରହିଛି । ନୂଆ ରାସ୍ତା ଦେଇ ଯାତ୍ରା କରିବା ଦ୍ୱାରା ପ୍ରାୟ ଅଢେଇ ଘଣ୍ଟା ସମୟ ବଞ୍ଚିବ । ଚଳିତ ବର୍ଷ ଯାତ୍ରା ଆରମ୍ଭ ହେବା ସହ ଏହି ମାର୍ଗକୁ ଖୋଲି ଦିଆଯିବ ।