ବାବରଙ୍କୁ ଖାତିର କଲାନି ଟିମ୍ : ସ୍ମିଥ କଲେ ଅସମ୍ମାନ, ଅଭିଯୋଗ ଶୁଣିଲାନି ସିଡନୀ ସିକ୍ସର୍

NEWS7
bilkis-bano-moves-supreme-court-challenging-release-of-11-rape-convicts

ସିଡନୀ,୮|୦୧:ବାହାର ଦେଶରେ ବେଜିତ୍ ହେଲେ ପାକିସ୍ତାନୀ କ୍ରିକେଟ୍ ଷ୍ଟାର୍ ବାବର ଆଜମ୍ ।ନିଜକୁ ବିରାଟ କୋହଲିଙ୍କ ସହ ସଦାବେଳେ ତୁଳନା କରୁଥିବା ବାବର ବିଗ୍ ବାସ୍ ଲିଗରେ ଅପଦସ୍ଥ ହୋଇଛନ୍ତି । ବାବର ଏବଂ ଅଷ୍ଟ୍ରେଲିଆନ ବ୍ୟାଟର ଷ୍ଟିଭ୍ ସ୍ମିଥଙ୍କ ମଧ୍ୟରେ ପଡିଆରେ ଦେଖାଦେଇଥିବା ଉତ୍ତେଜନା ଏବେ ଡ୍ରେସିଂ ରୁମରେ ପହଁଚିଛି ।

ରିପୋର୍ଟ ଅନୁସାରେ, ବିଗ୍ ବାସ ଲିଗରେ ସିଡନୀ ସିକ୍ସର ପାଇଁ ବାବର ଖେଳୁଛନ୍ତି । ଏକ ମୁକାବିଲାରେ ସେ କ୍ରିଜରେ ଥିଲେ । ନନ୍ ଷ୍ଟ୍ରାଇକର୍ ଏଣ୍ଡରେ ଥିଲେ ଅଷ୍ଟ୍ରେଲିଆ ବ୍ୟାଟର ସ୍ମିଥ୍ । ବାବରଙ୍କ ବ୍ୟାଟରୁ ରନ୍ ବାହାରୁ ନଥିଲା । ସେ ସିଙ୍ଗିଲ୍ ରନ୍ ପାଇଁ ମଧ୍ୟ ସଙ୍ଘର୍ଷ କରୁଥିଲେ । ତେବେଦ୍ୱାଦଶଓଭରରେ ଶେଷ ବଲରେ ସର୍ଟ୍ ରନ୍ ପାଇଁ ବାବର ଚାହିଁଥିଲେ । ଏହାଦ୍ୱାରା ସେ ନିଜ ପାଖରେ ଷ୍ଟ୍ରାଇକ୍ ରଖିପାରିଥାନ୍ତେ । କିନ୍ତୁ ସ୍ମିଥ୍ ରନ୍ ନେଇନଥିଲେ ।ଓଳଟାନିଜ ପାଖରେ ଷ୍ଟ୍ରାଇକ୍ ରଖିଥିଲେ । ଏପରିକି ପରବର୍ତ୍ତୀ ଦୁଇ ଓଭରରେ ସ୍ମିଥଙ୍କ ବ୍ୟାଟରୁ୩୨ରନ୍ ବାହାରିଥିଲା । ହେଲେ ବାବର ଆଉଟ୍ ହୋଇଯାଇଥିଲେ । ଆଉଟ୍ ହୋଇ ଯିବା ବେଳେ ସେ ଉତ୍ତେଜିତ ହୋଇ ବ୍ୟାଟରୁ ରାଗରେ ଷ୍ଟାଡିୟମରେ ପିଟିଥିବା ଦେଖିବାକୁ ମିଳିଥିଲା ।

କୁହାଯାଉଛି ଯେ, ଏହି ଘଟଣା କେବଳ ଷ୍ଟାଡିୟମରେ ସୀମିତ ରହିନାହିଁ । ଡ୍ରେସିଂ ରୁମରେ ମଧ୍ୟ ଏହାର ପ୍ରଭାବ ପଡିଛି । ସ୍ମିଥ୍ ତାଙ୍କୁ ଅସମ୍ମାନ କରିଥିବା ସେ ନିଜ ଟିମ୍ ସିଡନୀ ସିକ୍ସରକୁ କହିଛନ୍ତି । ତେବେ ଦଳ ବାବରଙ୍କ ଅଭିଯୋଗକୁ ସେତେଟା ଗୁରୁତ୍ୱ ଦେଇନାହିଁ ।

ଘଟଣାକୁ ନେଇ ପାକିସ୍ତାନର ପୂର୍ବତନ ବ୍ୟାଟର କମରାନ୍ ଆକମଲ୍ କହିଛନ୍ତି ଯେ, ଘଟଣାକୁ ନେଇ ଡ୍ରେସିଂ ରୁମରେ ଆଲୋଚନା ହୋଇଛି । ପ୍ରକୃତରେ ସ୍ମିଥ୍ ଯାହା କରିଥିଲେ ତାଙା ଠିକ୍ ନୁହେଁ । ବାବରଙ୍କୁ ଅସମ୍ମାନ କରିବା ଅନୁଚିତ । ସ୍ମିଥ୍ ଦ୍ରୁତ ରନ୍ ହାସଲ କରନ୍ତି । କିନ୍ତୁ ବାବର ସିଙ୍ଗିଲ୍ ନେବାକୁ ଚାହିଁଥିଲେ । ଯଦି ସିଡନୀ ସିକ୍ସର ବାବରଙ୍କୁ ନେଇ ଖୁସି ନାହିଁ ତେବେ ଦଳରୁ ଆଉଟ୍ କରିଦେଉ ବୋଲି ସେ କହିଛନ୍ତି ।