ନେପାଳରେ ଏବେ ମାଆଙ୍କ ନାମରେ ମିଳିପାରିବ ନାଗରିକତା, ସରକାର ଲାଗୁ କଲେ ପ୍ରାବଧାନ

NEWS7
biker-charged-fine-for-seat-belt-in-nabrangpur

କାଠମାଂଡୁ ୮।୧: ନେପାଳ ସରକାରଙ୍କ ନାଗରିକତା ନିୟମାବଳୀ ୨୦୦୬ର ଚତୁର୍ଥ ସଂଶୋଧନକୁ ମଞ୍ଜୁରୀ ମିଳିବା ପରେ ରାଜପତ୍ର(ଗେଜେଟ)ରେ ପ୍ରକାଶିତ କରାଯାଇଛି। ଏଣୁ ଏବେ ପିତାଙ୍କ ପରିଚୟ ଅଜ୍ଞାତ ରହିବା ସ୍ଥଳରେ ମାଆଙ୍କ ନାମରେ ନେପାଳ ନାଗରିକତା ମିଳିବାର ଆଇନଗତ ବ୍ୟବସ୍ଥା ଦେଶରେ ଔପଚାରିକ ଭାବେ ଲାଗୁ ହୋଇଯାଇଛି। ସଂଶୋଧିତ ନିୟମାବଳୀକୁ ମନ୍ତ୍ରୀ ପରିଷଦ ଗତବର୍ଷ ଡିସେମ୍ବର ୨୫ ତାରିଖରେ ସ୍ୱୀକୃତି ଦେଇଥିଲା। ଏହାକୁ ଜାନୁୟାରୀ ୫ ତାରିଖରେ ନେପାଳ ରାଜପତ୍ରରେ ପ୍ରକାଶ କରାଯାଇଛି।

ସୂଚନା ଅନୁସାରେ ଗୃହମନ୍ତ୍ରାଳୟ ଦେଶର ସମସ୍ତ ୭୭ ଜିଲ୍ଲା ପ୍ରଶାସନକୁ ନୂଆ ବ୍ୟବସ୍ଥା ଲାଗୁ କରିବା ପାଇଁ ସର୍କୁଲାର ଜାରି କରିଛି। ଏହି ସଂଶୋଧନ ନେପାଳ ନାଗରିକତା (ଦ୍ୱିତୀୟ ସଂଶୋଧନ) ଅଧିନିୟମ ୨୦୨୫ବ୍ୟବହାରରେ ଲାଗୁ କରିବା ପାଇଁ କରାଯାଇଛି। ଏହାକୁ ରାଷ୍ଟ୍ରପତି ୨୧ ସେପ୍ଟେମ୍ବର ୨୦୨୫ରେ ମଞ୍ଜୁରୀ ଦେଇଥିଲେ। ଏହି ଅଧିନିୟମରେ ମାଙ୍କ ନାମରେ ନାଗରିକତା ପ୍ରଦାନ ନିମନ୍ତେ ପ୍ରାବଧାନ କରାଯାଇଛି। ଗୃହମନ୍ତ୍ରାଳୟ ଅନୁସାରେ ନିୟମାବଳୀରେ ଏଥି ପାଇଁ ସଂଶୋଧନ କରାଯାଇଛି ଯେ ଯାହାଦ୍ୱାରା ଆଇନ ବ୍ୟବସ୍ଥା ଉପଯୋଗରେ ଆସି ପାରିବ।

ନୂଆ ବ୍ୟବସ୍ଥାରେ ଯଦି ପିତା ଓ ମାତାଙ୍କ ମଧ୍ୟରୁ କେହି ଯଦି ଜନ୍ମ ଆଧାରରେ ନେପାଳ ନାଗରିକତା ପ୍ରାପ୍ତ କରିଥାନ୍ତି ଓ ଦ୍ୱିତୀୟ ଅଭିଭାବକ ନାଗରିକତା ପ୍ରାପ୍ତ କରିବା ପୂର୍ବରୁ ଯଦି ମୃତ୍ୟୁବରଣ କରନ୍ତି ଅଥବା ନିଖୋଜ ହୋଇଯାଆନ୍ତି ତେବେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଆବଶ୍ୟକ କାଗଜପତ୍ର ପୂରଣ କଲେ ସନ୍ତାନକୁ ଅଙ୍ଗିକୃତ ନେପାଳୀ ନାଗରିକତା ପ୍ରଦାନ କରାଯାଇ ପାରିବ। ସରକାରଙ୍କ ଅନୁସାରେ ଏହି ସଂଶୋଧନର ଉଦ୍ଦେଶ୍ୟ ସେବାକୁ ଶରଳ କରିବା ଓ ଅଧିକ ପ୍ରଭାବୀ କରିବା। ଗୃହମନ୍ତ୍ରାଳୟର କହିବା କଥା ହେଉଛି ଏହି ସଂଶୋଧନ ନାଗରିକତା ପ୍ରାପ୍ତ କରିବାରେ ଦୀର୍ଘ ସମୟରୁ ହେଉଥିବା ବ୍ୟବହାରିକ ଜଟିଳତା ଦୂର କରିବା।

ସେହିପରି ନେପାଳୀ ମାଆଙ୍କଠାରୁ ବିଦେଶରେ ଜନ୍ମିତ ବ୍ୟକ୍ତି ଯାହାଙ୍କୁ ବିଦେଶୀ ନାଗରିକତା ଅଥବା ପାସପୋର୍ଟ ମିଳି ନାହିଁ , ଯାହାଙ୍କ ପିତାଙ୍କ ପରିଚୟ ସ୍ଥାପିତ ହୋଇ ପାରୁନି ଓ ସ୍ଥାୟୀ ରୂପେ ନେପାଳରେ ବସବାସ କରୁଛନ୍ତି ତାଙ୍କୁ ମଧ୍ୟ ଅଙ୍ଗିକୃତ ନାଗରିକତା ପ୍ରଦାନ କରାଯାଇ ପାରିବ। ଏପରି ମାମଲାରେ ଏବେ ମୁଖ୍ୟ ଜିଲ୍ଲା ଅଧିକାରୀଙ୍କୁ ଆବଶ୍ୟକ ଯାଞ୍ଚ କରିବା ଓ ପ୍ରକୃତିକୃତ ନେପାଳୀ ନାଗରିକତା ଜାରି କରିବାର ଅଧିକାର ଦିଆଯାଇଛି। ପୂର୍ବରୁ ବୈବାହିକ ଅଙ୍ଗିକୃତ ନାଗରିକତା ବାଦ ଦେଇ ଏହି ପ୍ରକାରର ନାଗରିକତା କେବଳ ଗୃହମନ୍ତ୍ରାଳୟ ନିଷ୍ପତ୍ତିରେ ଦିଆଯାଉଥିଲା।