LIVE TV

ବାଟରେ ଛକି ବସିଥିଲା ଯମ : ନାତୁଣୀ ଜନ୍ମଦିନ ପାଳିବାକୁ ଯିବାବେଳେ ଅଜା ମୃତ, ଆଈ ଆହତ

NEWS7
biju-patnaik-statue-set-on-fire-in-patnagarh-of-balangir

ଆନନନ୍ଦପୁର ୨୦୧୧: ନାତୁଣୀର ଜନ୍ମଦିନ ପାଳି ପାରିଲେନି । ଦୁର୍ଘଟଣା ଛଡ଼ାଇ ନେଲା ସବୁ ଖୁସି । ନାତୁଣୀ ଜନ୍ମଦିନ ପାଳନ କରିବାକୁ ଯାଉଥିବା ବେଳେ ଚାଲିଗଲା ଜୀବନ । ଟ୍ରକ୍ ଧକ୍କାରେ ଅଜାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଈ ଗୁରୁ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଖାଲୁର୍ ଗାଁର ଶରତ ଚନ୍ଦ୍ର ନାୟକ ସ୍ତ୍ରୀ ମମତାଙ୍କୁ ସାଙ୍ଗରେ ଧରି ବାଇକ୍ ଯୋଗେ ଯାଜପୁର ରୋଡ୍ ସ୍ଥିତ ନିଜ ଝିଅ ଘରକୁ ଯାଉଥିଲେ । ଗୁରୁବାର ଥିଲା ତାଙ୍କ ନାତୁଣୀର ଜନ୍ମଦିନ । ସେଥିପାଇଁ ଅଜା-ଆଈ ବେଶ୍ ଖୁସିରେ ଯାଉଥିଲେ । ହେଲେ କିଏ ଜାଣିଥିଲା ବାଟରେ ଛକବସିଥିବ ଯମ । ଝିଅ ଘରକୁ ଯିବା ସମୟରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ୨୦ନଂ ଜାତୀୟ ରାଜପଥର କୋଳିମାଟି ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଲା । ଏକ ବସ୍‌କୁ ଓଭଟେକ୍ କରୁଥିବା ସମୟରେ ପଛପଟୁ ଆସୁଥିବା ଏକ ଟ୍ର ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗାଡ଼ିରୁ ଛିଟିକି ପଡ଼ିଥିଲେ । ଦୁର୍ଘଟଣାରେ ଅଜା ଶରତ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଥିଲେ । ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଶତରଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପତ୍ନୀ ଚିକିତ୍ସିତ ହେଉଛନ୍ତି ।

ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ଦୁର୍ଘଟଣାଗ୍ରସ୍ତ ବାଇକ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ଏ ଖବର ପାଇବା ପରେ ତାଙ୍କ ଝିଅ ଏବଂ ନାତୁଣୀ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ।