LIVE TV

ହୋମଗାର୍ଡ ନିଯୁକ୍ତିରେ ଟଙ୍କା ବଦଳରେ ଚାକିରି ଦାବି ସମ୍ପୂର୍ଣ୍ଣ ମିଥ୍ୟା, ସୂଚନା ଦେବା ପାଇଁ ନମ୍ୱର୍ ଜାରି କଲା ଭଦ୍ରକ ପୋଲିସ

NEWS7
bijepur-by-poll-20-percent-voting-ti-10-30-am

ଭଦ୍ରକ: ହୋମଗାର୍ଡ ନିଯୁକ୍ତି ପାଇଁ ଟଙ୍କା ମାଗୁଛନ୍ତି ଅସାଧୁ ବ୍ୟକ୍ତି । ଟଙ୍କା ବିନିମୟରେ ଚାକିରି ପାଇଁ ଦେଉଛନ୍ତି ପ୍ରତିଶ୍ରୁତି। ହେଲେ ଏଭଳି ଦାବିରେ ବିଶ୍ବାସ ନକରିବାକୁ ଅପିଲ କରିଛି ଭଦ୍ରକ ପୋଲିସ । ଏହା ସହ ଭଦ୍ରକ ପୋଲିସ ଏକ ହେଲ୍ପ ଲାଇନ୍ ନମ୍ୱର୍ ଜାରି କରିଛି। ଯେଉଁଥିରେ ଏସଂପର୍କରେ ଅଭିଯୋଗ କରିହେବ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାରେ ହୋମଗାର୍ଡ ଚାକିରି ପାଇଁ ଖାଲି ପଦବୀର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଏଭଳି ଘଟଣା ନଜର ଆସିଛି ଯେ, କିଛି ଅସାଧୁ ବ୍ୟକ୍ତି ଟଙ୍କା ନେଇ ଚକିରି କରାଇଦେବା ଦାବି କରୁଛନ୍ତି। ଏମିତିରେ ଘଟଣା ସାମ୍ନାକୁ ଆସିବା ପରେ ଭଦ୍ରକ ପୋଲିସ ସୋସିଆଲ ମିଡିଆରେ ସର୍ବସାଧାରଣଙ୍କୁ ସତର୍କ କରାଯାଇଛି। ଭଦ୍ରକ ପୋଲିସ ଟଙ୍କା ବିନିମୟରେ ହୋମଗାର୍ଡ ଚାକିରି କରାଇଦେବାକୁ ଦିଆଯାଉଥିବା ପ୍ରତିଶ୍ରୁତିକୁ ମିଛ ବୋଲି କହିଛି ଏବଂ ଏଭଳି କୌଣସି ଦାବିକୁ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଛି।

ଏହା ସହ ଏମିତି ଅସାଧୁ ବ୍ୟକ୍ତିଙ୍କ ବିଷୟରେ ସୂଚନା ପାଇଁ ଅଭିଯୋଗ ପାଇଁ ନମ୍ୱର୍ ଜାରି କରାଯାଇଛି। ହେଲ୍ପ ଲାଇନ୍ ବ୍ୟତୀତ ନିକଟସ୍ଥ ଥାନାରେ ମଧ୍ୟ ଅଭିଯୋଗ କରିହେବ। ଅଭିଯୋଗକାରୀଙ୍କ ସମସ୍ତ ତଥ୍ୟ ଓ ପରିଚୟ ଗୋପନ ରଖାଯିବ ବୋଲି କହିଛି। ତେବେ ଭଦ୍ରକ ପୋଲିସ କହିଛି ଯେ, କୌଣସି ଦଲାଲ ଏହି ଚୟନ ପ୍ରକ୍ରିୟାକୁ ପ୍ରଭାବିତ କରିପାରିବେ ନାହିଁ ଓ ଏହି ବାବଦରେ ଟଙ୍କା ନେଣଦେଣ ଏକ ଠକେଇ ଓ ଦଣ୍ଡନୀୟ ଅପରାଧ ।