ନୂଆଦିଲ୍ଲୀ – ଚାଲିଥିବା ଭୋଟର ତାଲିକା ସଂଶୋଧନ (ଏସଆଇଆର) ପ୍ରକ୍ରିୟାରେ ରାଜ୍ୟର ୯୯.୮ ପ୍ରତିଶତ ଭୋଟରଙ୍କୁ ସାମିଲ କରାଯାଇ ଥିବା, ବିହାରର ନିର୍ବାଚନ କମିଶନ ଶୁକ୍ରବାର ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଅନୁସାରେ , ୭.୨୩ କୋଟିରୁ ଅଧିକ ଭୋଟରଙ୍କ ଫର୍ମ ଗ୍ରହଣ କରାଯାଇଛି ଏବଂ ଡିଜିଟାଇଜେସନ କରାଯାଇଛି। ସେମାନଙ୍କ ନାଁ ଅଗଷ୍ଟ ୧, ୨୦୨୫ରେ ପ୍ରକାଶିତ ହେବ। ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କ ଠାରୁ ଅବଶିଷ୍ଟ ଫର୍ମ ଓ ରିପୋର୍ଟ ମଧ୍ୟ ସେହି ତାରିଖ ସୁଦ୍ଧା ଶେଷ ହେବାର ଆଶା କରାଯାଉଛି।
ଭୋଟର ତାଲିକା କ୍ଲିନ ଅପ୍ କରିବାର ଏକ ଅଂଶ ସ୍ୱରୂପ , ୨୨ ଲକ୍ଷ ନାମକୁ ମୃତ ଭାବେ ଚିହ୍ନିତ କରାଯାଇଛି। ୭ ଲକ୍ଷ ଭୋଟର ଏକାଧିକ ସ୍ଥାନରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। ପ୍ରାୟ ୩୫ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚି ହୋଇ ନାହିଁ କିମ୍ୱା ସେମାନେ ଅନ୍ୟତ୍ର ସ୍ଥାନାନ୍ତର ହୋଇ ଥାଇ ପାରନ୍ତି। ପ୍ରାୟ ୧.୨ ଲକ୍ଷ ଫର୍ମ ଏପର୍ଯ୍ୟନ୍ତ ପ୍ରତୀକ୍ଷାରେ ଅଛି।
ଜୁଲାଇ ୨୦ ତାରିଖରେ , ମୃତ୍ୟୁ ହୋଇଥିବା , ସ୍ଥାନାନ୍ତର ହୋଇଥିବା କିମ୍ୱା ଫର୍ମ ଦାଖଲ କରି ନଥିଲା ଭୋଟରଙ୍କ ଏକ ତାଲିକା ବିଜେପି , କଂଗ୍ରେସ , ଆରଜେଡି , ଜେଡି(ୟୁ) , ଆପ୍ ଆଦି ୧୨ଟି ରାଜନୈତିକ ଦଳ ସହ ସେୟାର କରାଯାଇ ଥିଲା । ଯଦ୍ୱାରା ସେମାନେ ଡ୍ରାଫ୍ଟ ରୋଲ୍ ଚୂଡ଼ାନ୍ତ ପୂର୍ବରୁ ଯେକୌଣସି ଅଭିଯୋଗର ଯାଞ୍ଚ କରିପାରିବେ ଓ ଅଭିଯୋଗ କରି ପାରିବେ।
Election Commission of India says, "7.23 crore Bihar electors express full faith in SIR process with active participation. 99.8% Bihar electors have been covered so far. Forms of 7.23 crore electors have been received and digitised." pic.twitter.com/7F3OwKV1bf
— ANI (@ANI) July 25, 2025
ଉକ୍ତ ବଡ଼ ଧରଣର ସଂଶୋଧନ ୭୭,୦୦୦ରୁ ଅଧିକ ବିଏଲଓ , ପ୍ରାୟ ୩,୦୦୦ସହାୟକ ଅଧିକାରୀ ଓ ସମସ୍ତ ପ୍ରମୁଖ ଦଳ ଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ୧.୬ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କ ( ବିଏଲଏ) ସହାୟତାରେ କରାଯାଉଛି।