ଆକାଶରୁ ଖସିଲା ମୃତ୍ୟୁ; ଭୀଷଣ ବର୍ଷା ଓ ବଜ୍ରପାତ ନେଲା ୨୫ ଜୀବନ

Published By : Prameya-News7 Bureau | April 10, 2025 IST

ପାଟନା: ବିହାରରେ ପ୍ରକୃତିର ତାଣ୍ଡବ । ଭୀଷଣ ବର୍ଷା ସାଙ୍ଗକୁ ବ୍ରଜପାତରେ ଦୁଇ ଡଜନରୁ ଅଧିକ ଜୀବନହାନୀ ଘଟିଛି । ସୂଚନା ଅନୁଯାୟୀ, ଗୁରୁବାର ରାଜ୍ୟର ବିଭିନ୍ନରେ ସ୍ଥାନରେ ବ୍ରଜପାତ ସହିତ ଭୀଷଣ ବର୍ଷା ହୋଇଛି । ଏଥିରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ନାଳନ୍ଦାରୁ ସର୍ବାଧିକ ୧୮ଜଣ ପ୍ରାଣ ହରାଇଛନ୍ତି । ଏହାଛଡ଼ା ସିଓ୍ବାନରୁ ୨, କଟିହାରି, ଦକଭଙ୍ଗା, ବେଗୁସରାୟ, ଭାଗପୁର ଓ ଜବାନାବାଦରୁ ଜଣିଏ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି ।  

ନାଳନ୍ଦାରେ ଭୀଷଣ ବର୍ଷା ତୋଫାନ ଆସିବାରୁ ଏକ ବଡ଼ ଗଛ ପଡ଼ୁଯାଇଥିଲା । ଏଥିରେ ୬ଜଣ ପ୍ରାଣ ହରାଇଥିଲେ । ସ୍ଥାନୀୟ ଲୋକ ଗଛକୁ ହଟାଇଥିଲେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ଅନ୍ୟପଟେ ମୃତକଙ୍କ ପରିବାରକୁ ତତ୍କାଳ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । 

ଏହା ପୂର୍ବରୁ ବୁଧବାର ମଧ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ମାମଲା ସାମ୍ନନାକୁ ଆସିଥିଲା । ୪ଟି ଜିଲ୍ଲାରେ ବୁଧବାର ବଜ୍ରପାତ ଯୋଗୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ସବୁଠୁ ଅଧିକ ମୃତ୍ୟୁ ବେଗୁସରାୟ ଜିଲ୍ଲାରେ ହୋଇଛି। ଏଠାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହା ଛଡା ଦରଭଙ୍ଗାରେ ୪, ମଧୁବନୀରେ ୩ ଓ ସମସ୍ତିପୁରରେ ଜଣକର ମୃତ୍ୟୁ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.