ଆକ୍ସନରେ ଗଞ୍ଜାମ ପୋଲିସ, ବିଭିନ୍ନ ଥାନାରେ ଅପରେସନ ଷ୍ଟ୍ରାଇକ୍

NEWS7
bhubaneswar-celebrates-77th-foundation-day

ଛତ୍ରପୁର ୧୫।୦୧ : ଅପରାଧୀ ଦମନ ପାଇଁ ପୋଲିସର ଆକ୍ସନ । ଗଞ୍ଜାମ ପୋଲିସର ଅପରେସନ ଷ୍ଟ୍ରାଇକ୍ । ଗୋଟିଏ ଦିନରେ ବିଭିନ୍ନ ଥାନାରେ ପୋଲିସ ପକ୍ଷରୁ ଚଢାଉ ଜୋରଦାର ହୋଇଛି। ଏହି ଚଢାଉରେ ଅନେକ ଅପରାଧୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ଅପରାଧୀଙ୍କୁ ଦମନ ଓ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଗଞ୍ଜାମ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ଷ୍ଟ୍ରାଇକ୍ । ଏହିକ୍ରମରେ ଗୋଟିଏ ଦିନରେ ବିଭିନ୍ନ ଥାନା ପକ୍ଷରୁ ବେଆଇନ କାରବାର, ଜୁଆ ଆଡ୍ଡା, ଚୋରା ଖଣିଜ ସାମଗ୍ରୀ ଚାଲାଣ ଉପରେ ଚଢାଉ କରାଯାଇଥିଲା । ଗଞ୍ଜାମ ଏସପି ଶୁଭେନ୍ଦୁ କମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ପକ୍ଷରୁ ଚଢାଉ କରାଯାଇଛି। ବେଆଇନ ବନ୍ଧୁକ କାରବାରରେ ୩ଟି ମାମଲା ରୁଜୁ ହେବା ସହ ୪ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଗୋଟେ ୭ଏମ୍ଏମ୍ର ପିସ୍ତଲ, ଦୁଇଟି ଦେଶୀ ବନ୍ଧୁକ ସମେତ ୩ଟି ଗୁଳି ଜବତ ହୋଇଛି । ସେହିପରି ୬ଟି ଜୁଆ ଆଡ୍ଡାରେ ଚଢାଉ ହୋଇ ୩୫ ଜଣଙ୍କୁ ଗିରଫ କରିଛି । ଏହାସହ ୮୭ ହଜାର ୫୯୦ ଟଙ୍କା, ୧୫ଟି ଫୋନ୍ ଜବତ ହୋଇଛି । ୩୭ଟି ବେଆଇନ ମଦ ମାମଲା ରୁଜୁ ସହ ୩୯ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ମଦ ଜବତ ହୋଇଛି । ସେହିପରି ବେଆଇନ୍ ବାଲି ଚାଲାଣ ବେଳେ ୧୧ ଗାଡ଼ିକୁ ଜବତ କରାଯାଇଛି । NDPS ମାମଲା ରୁଜୁ ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ସ୍ପେଶାଲ ଡ୍ରାଇଭରେ ମୋଟ ୪୭ଜଣ ଗିରଫ କରାଯାଇଥିବା ଏସ୍ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।