ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ନୀତିନ ନବୀନ : ସମ୍ଭାଳିବେ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ମଙ୍ଗ

NEWS7
bhubaneswar-airport-aleret-for-india-pak-war

ନୂଆଦିଲ୍ଲୀ,୨୦|୦୧ :ସରିଲା ଜେପି ନଡ୍ଡାଙ୍କ ଯୁଗ । ଏବେ ବିଜେପିର ନୂଆ ମୁଖିଆ ହୋଇଛନ୍ତି ନୀତିନ ନବୀନ । ମଙ୍ଗଳବାର ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ନୀତିନ । ସେ ହେଉଛନ୍ତି ବିଜେପି ଇତିହାସରେ ସବୁଠୁ ଯୁବ ସଭାପତି ।

ସୋମବାର ବିଜେପିର ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନୀତିନ ନାମାଙ୍କନ ଦାଖଲ କରିଥିଲେ । ନାମାଙ୍କନ ଦାଖଲ ବେଳେ ତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ହେଭିଓ୍ୱେଟ୍ ନେତା ଉପସ୍ଥିତ ଥିଲେ । ନୂଆ ଦାୟିତ୍ୱ ଗ୍ରହଣ ପରେ ଆଗକୁ ଦଳକୁ ନୀତିନ ଆହୁରି ମଜବୁତ କରିବେ ବୋଲି କର୍ମୀମାନେ ଆଶା କରୁଛନ୍ତି ।

ଚଳିତ ବର୍ଷ ଏବଂ ଆସନ୍ତା ବର୍ଷ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଏବଂ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ତାଙ୍କ କାନ୍ଧରେ ଅନେକ ଗୁରୁ ଦାୟିତ୍ୱ ରହିଛି । ବିଜେପିକୁ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଜିତାଇବା ତଥା ଉତ୍ତର ପ୍ରଦେଶ ଏବଂ ଆସାମରେ ପୁଣି ଥରେ କ୍ଷମତାରେ ରହିବା ପାଇଁ ସେ କାର୍ଯ୍ୟ କରିବେ ବୋଲି କୁହାଯାଉଛି । ଏହାସହ୨୦୨୯ସାଧାରଣ ନିର୍ବାଚନ ବେଳେ ମଧ୍ୟ ନୀତିନ ବିଜେପିର ସଭାପତି ଥିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚତୁର୍ଥ ଥର ଜିତାଇବାରେ ନୀତିନ ବଡ ଭୂମିକା ନିଭାଇବେ ।

ନବୀନଙ୍କ ପଲିଟିକାଲ ଇନିଂସ

୪୫ବର୍ଷୀୟ ନୀତିନ ନବୀନ ଦୀର୍ଘ ବର୍ଷ ହେବ ଭାରତୀୟ ଜନତା ପାର୍ଟି ଏବଂ ଆରଏସଏସ ସହ ଜଡିତ ଅଛନ୍ତି । ସେ ବିଜେପିରେ ଜଣେ କର୍ମୀ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ।ଏବେ ସେ ଦଳର ସର୍ବୋଚ୍ଚ ପଦରେ ବସିଛନ୍ତି । ଯାହା ଦ୍ୱାରା ବିଜେପିରେ ଜଣେ କର୍ମୀ ମଧ୍ୟ ବଡ ଆନରେ ବସିପାରିବ ତାହା ପୁଣିଥରେ ପ୍ରମାଣିତ ହୋଇଛି ।

ବିହାରରେ ବିଜେପିର ଯୁବ ବାହିନୀର ଭାର ନୀତିନଙ୍କ କାନ୍ଧରେ ରହିଥିଲା ।୨୦୨୫ ବିହାରବିଧାନସଭା ନିର୍ବାଚନରେ ବିଜେପି ସବୁଠୁ ଅଧିକ ସିଟ୍ ପାଇଛି । ଏଥିରେ ନୀତିନଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଏପରିକି ଛତିଶଗଡରେ ବିଜେପି ସରକାର ଗଠନରେ ମଧ୍ୟ ତାଙ୍କର ବଡ ଭୂମିକା ରହିଥିଲା ।

୨୦୦୬ରେ ପ୍ରଥମେ ବିହାରର ପାଟନା ଓ୍ୱେଷ୍ଟରୁ ସେ ବିଧାୟକ ଭାବେ ଜିତିଥିଲେ । ଏହାପରେ ବାଙ୍କୀପୁରରୁଥର ସେ ନିର୍ବାଚିତ ହୋଇଛନ୍ତି । ବିହାର ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି ।