ଭେନେଜୁଏଲାରେ ଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା, ସତର୍କ ରହିବାକୁ କହିଲା ବୈଦେଶିକ ମନ୍ତ୍ରାଳୟ

NEWS7
bhadrak-sub-collector-has-tested-covid-positive

ନୂଆଦିଲ୍ଲୀ, ୦୪/୦୧ : ଅଶାନ୍ତ ଭେନେଜୁଏଲା । ଆମେରିକାର ଏୟାର ଷ୍ଟ୍ରାଇକ ପରେ ଏବେ ଭୟଭୀତ ଭେନେଜୁଏଲାବାସୀ । ଶନିବାର ଆମେରିକା ନିକୋଲାସ ମାଦୁରୋଙ୍କୁ ଗିରଫ କରି ନେଇଛି । ତାଙ୍କୁ ନ୍ୟୁୟର୍କ ଅଣାଯାଇଛି । ଏସବୁକୁ ନଜରରେ ରଖି ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି ବୈଦେଶିକ ମନ୍ତ୍ରାଳୟ ।

ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଭେନେଜୁଏଲାରେ ରହୁଥିବା ଭାରତୀୟମାନେ ସତର୍କତା ଅବଲମ୍ବନ କରନ୍ତୁ । ଦରକାର ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ଗମନାଗମନ ସମୟରେ ସମସ୍ତ ନିୟମ ମାନନ୍ତୁ । ଏହାସହ କିଛି ଅସୁବିଧା ହେଲେ ଭାରତୀୟ ଦୁତାବାସ ସହ ସମ୍ପର୍କ କରିବାକୁ ମନ୍ତ୍ରାଳୟ କହିଛି । ତେବେ ସେଠାକାର ପରିସ୍ଥିତି ନେଇ ଭାରତ କୌଣସି ପ୍ରତିକ୍ରିୟା ଦେଇନାହିଁ । ଏହାସହ ମନ୍ତ୍ରାଳୟ ଭାରତୀୟ ନାଗରିକଙ୍କ ପାଇଁ କିଛି ଜରୁରୀକାଳିନ ମୋବାଇଲ ନମ୍ବର ଜାରି କରିଛି ।

ୟୁଏସଏର ଏୟାରଷ୍ଟ୍ରାଇକ୍

ଜାନୁଆରୀ ୩ ତାରିଖରେ ୟୁଏସ ଯୁଦ୍ଧ ବିମାନ ଭେନେଜୁଏଲାରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏଥିରେ ୪୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହାସହ ସେଠାକାର ରାଷ୍ଟ୍ରପତିଙ୍କୁ ଆମେରିକା ଅଣାଯାଇଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଆମେରିକୀୟ ଯୁଦ୍ଧଜାହାଜ USS ଦ୍ୱାରା ନ୍ୟୁୟର୍କ ଅଣାଯାଇଛି। ଏହା ପୂର୍ବରୁ ଟ୍ରମ୍ପ ମାଦୁରୋଙ୍କୁ ଆତ୍ମସମର୍ପଣ କରିବାକୁ ଚେତାଇଥିଲେ। ହେଲେ ସେ ଆତ୍ମସମର୍ପଣ ନ କରିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ଟ୍ରମ୍ପ କହିଛନ୍ତି।

ଆକ୍ରମଣ ପରେ ଫକ୍ସ ନ୍ୟୁଜକୁ ଏକ ଟେଲିଫୋନ୍ ସାକ୍ଷାତକାରରେ ଟ୍ରମ୍ପ୍ କହିଥିଲେ "ମୁଁ ସ୍ପଷ୍ଟ ଭାବରେ କହିଥିଲି ଯେ ତୁମକୁ ଆତ୍ମସମର୍ପଣ କରିବାକୁ ପଡିବ। ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ମାଦୁରୋଙ୍କ ସହ କଥା ହୋଇଥିଲି। ଆମର ଏକ ଆଲୋଚନା ହୋଇଥିଲା, ମୁଁ ନିଜେ ତାଙ୍କ ସହ କଥା ହୋଇଥିଲି, କିନ୍ତୁ ମୋର ବାର୍ତ୍ତା ସ୍ପଷ୍ଟ ଥିଲା: ତୁମକୁ ଆତ୍ମସମର୍ପଣ କରିବାକୁ ପଡିବ ବୋଲି ମୁଁ କହିଥିଲି ବୋଲି ଟ୍ରମ୍ପ କହିଛନ୍ତି।