ବାଲିଯାତ୍ରା ୨୦୨୫
LIVE TV

ଆକାଶରେ ଫେଲ୍ ହୋଇଗଲା ଇଞ୍ଜିନ୍ : ଟଳିଲା ଆଉ ଏକ ବିମାନ ଦୁର୍ଘଟଣା

NEWS7
bhadrak-photo-association-first-meeting

କୋଲକାତା, ୧୦|୧୧  :  ଆକାଶରେ ଟଳିଲା ବଡ ବିପଦ । ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତିଲା ସ୍ପାଇସ୍ ଜେଟ୍ ବିମାନ । ରବିବାର ରାତିରେ ମୁମ୍ବାଇରୁ କୋଲକାତା ଆସୁଥିବା ଏକ ବିମାନ ବଡ ଅଘଟଣରୁ ବର୍ତ୍ତି ଯାଇଛି । କାରଣ ମଝି ଆକାଶରେ ବିମାନର ଇଞ୍ଜିନ୍ ଖରାପ ହୋଇଯାଇଥିଲା । ଏନେଇ ବିମାନର ପାଇଲଟ୍ କୋଲକାତା ଏୟାର ଟ୍ରାଫିକ୍ କଣ୍ଟ୍ରୋଲଙ୍କୁ ସୂଚନା ଦେଇଥିଲେ ।

ରିପୋର୍ଟ ଅନୁସାରେ, ବିମାନଟି ମୁମ୍ବାଇ ବିମାନ ବନ୍ଦରରୁ ବାହାରିଥିଲା । କିନ୍ତୁ ଆକାଶରେ ଏହାର ଗୋଟିଏ ଇଞ୍ଜିନ୍ କାମ କରିନଥିଲା । ତେଣୁ ପାଇଲଟ୍ ଜରୁରିକାଳୀନ ଲ୍ୟାଣ୍ଡିଂ ପାଇଁ ଅନୁମତି ମାଗିଥିଲେ । ତୁରନ୍ତ ତାଙ୍କୁ ଏନେଇ ଅନୁମତି ମିଳିଥିଲା । ଏପରିକି କୋଲକାତା ବିମାନ ବନ୍ଦରରେ ଦମକଳ ବାହିନୀ, ଆମ୍ବୁଲାନ୍ସ ଏବଂ ଅନ୍ୟ ଉଦ୍ଧାରକାରୀ ଟିମ୍ ପହଁଚି ଯାଇଥିଲେ ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବିମାନଟି ଖୁବ୍ କମ୍ ଉଚ୍ଚତାରେ ଉଡୁଥିଲା । ଲ୍ୟାଣ୍ଡିଂ ପାଇଁ ଏହା ସଙ୍ଘର୍ଷ କରୁଥିଲା । ଏଥିରୁ କିଛି ତ୍ରୁଟି ଥିବା ସେମାନେ ଆଶଙ୍କା କରୁଥିଲେ । କିନ୍ତୁ ଫ୍ଲାଇଟ୍ ଗୋଟିଏ ଇଞ୍ଜିନରେ ସେଫ୍ ଲ୍ୟାଣ୍ଡିଂ କରିଥିଲା । ଏଥିରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ମେମ୍ବର ସୁରକ୍ଷିତ ଥିବା ଜଣାପଡିଛି । 

ସୂଚନାଯୋଗ୍ୟ, ୨୦୨୫ ଜୁନ ମାସରେ ଭାରତରେ ଏକ ବଡ ବିମାନ ଦୁର୍ଘଟଣା ହୋଇଥିଲା ।  ଯେଉଁଥିରେ ଶତାଧିକ ଯାତ୍ରୀ ଏବଂ କ୍ରୁ ମେମ୍ବର ପ୍ରାଣ ହରାଇଥିଲେ । ଯାହା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା ।