ବରଗଡ଼ କୋର୍ଟକୁ ପୁଣି ଥରେ ବୋମା ଧମକ, ଖାଲି କରାଗଲା କୋର୍ଟ ପରିସର

NEWS7
bhadrak-news-5

ବରଗଡ଼ ୨।୩: ରାଜ୍ୟର ବିଭିନ୍ନ କୋର୍ଟକୁ ବୋମା ଧମକ ମିଳିବା ପରେ ସମସ୍ତଙ୍କ ମନରେ ଛନକା ପସିଛି । ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲ୍‌ରେ ଏଭଳି ଧମକ ଆସିଛି । ଏହା ଜଣାପଡିବା ପରେ ବିଭାଗୀୟ ବିଚାରପତି, କର୍ମଚାରୀ ଏବଂ ଓକିଲ ମାନେ କୋର୍ଟ ବାହାରକୁ ଆସିଯାଇଥିଲେ । ସଙ୍ଗେ ସଙ୍ଗେ ପୋଲିସ ଓ ବମ୍ ସ୍କ୍ୱାଡ୍ ଆସି ତନାଘନା କରିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ଦୁବାଇ ଛାରଖାର, ସବୁ ଧ୍ୱଂସ : ସାଟେଲାଇଟ ଫଟୋରୁ ଆସିଲା ଭୟଙ୍କର ଚିତ୍ର

ଓଡ଼ିଶାର ବିଭିନ୍ନ ଜିଲ୍ଲା କୋର୍ଟକୁ ଏପରି ବୋମାରେ ଉଡ଼ାଇ ଦେବା ପାଇଁ ଧମକ ମିଳିଛି । ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ ତୁରନ୍ତ କୋର୍ଟ ପରିସରକୁ ଖାଲି କରିବା ସହ ବୋମା ନିଷ୍କ୍ରିୟକାରୀ ଦଳ ସାହାଯ୍ୟରେ ଖାନତଲାସି ଆରମ୍ଭ କରିଛି । ତେବେ ଏହା ପୂର୍ବରୁ ମଧ୍ୟ ଗତ ଫେବୃୟାରୀ ୬ ତାରିଖ ଏପରି ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା ।

ଏ ଖବର ବି ପଢ଼ନ୍ତୁ:-ବୋମାରେ ଉଡ଼ାଇଦେବୁ ସମ୍ବଲପୁର କୋର୍ଟ, ଧମକ ପରେ ଆକ୍ସନ ମୋଡ୍ରେ ପୋଲିସ

ତେବେ ବାରମ୍ବାର କାହିଁକି ଏପରି ଧମକ ଆସୁଛି ଏବଂ କିଏ କାହିଁକି ଏମିତି କରୁଛି ତାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l