ଭୁବନେଶ୍ବର ସାଂଗଠନିକ ଜିଲ୍ଲା ପଦାଧିକାରୀଙ୍କ ତାଲିକା ପ୍ରକାଶ କଲା ବିଜେପି, ଲିଷ୍ଟରେ ୮ ସାଧାରଣ ସମ୍ପାଦକ ଓ ୮ ସମ୍ପାଦକଙ୍କ ନାଁ

NEWS7
berhampur-university-plus-3-last-year-result-pubished

ଭୁବନେଶ୍ବର: ଭୁବନେଶ୍ବର ସାଂଗଠନିକ ଜିଲ୍ଲା ପଦାଧିକାରୀଙ୍କ ତାଲିକା ପ୍ରକାଶ କଲା ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ଓ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ପ୍ରଭାରୀ ସରୋଜ କରଙ୍କ ତତ୍ତ୍ବାବଧାନରେ ଏହି ନୂଆ ପଦାଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ।

ସଂଗଠନ ସଭାପତି ଭାବେ ନିରଞ୍ଜନ ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ୮ଜଣ ଉପସଭାପତିଙ୍କୁ ନାଁ ଘୋଷଣା କରାଯାଇଛି । ସେହିଭଳି ତାଲିକାରେ ୩ଜଣ ସାଧାରଣ ସମ୍ପାଦକ ଏବଂ ୮ଜଣ ସମ୍ପାଦକ ଏବଂ କୋଷାଧ୍ୟକ୍ଷଙ୍କ ନାଁ ଘୋଷଣା କରାଯାଇଛି ।