ବେଙ୍ଗାଲୁରୁ ୨୦।୩: ବେଙ୍ଗାଲୁରୁର ଜନୈକ ବ୍ୟକ୍ତି କିଣିଛନ୍ତି ବିଶ୍ୱର ସବୁଠୁ ଦାମୀ କୁକୁର। ଏହାର ମୂଲ୍ୟ ୫.୭ ମିଲିୟନ ଡଲାର, ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୫୦ କୋଟି ଟଙ୍କା ବୋଲି କୁହାଯାଉଛି। କୁକୁରର ଭାରତୀୟ ମାଲିକ ଏସ. ସତୀଶ ଜଣେ ପ୍ରସିଦ୍ଧ ଡଗ ବ୍ରିଡର। ସେ କ୍ୟାଡାବାମ୍ସ ଓକାମୀ ନାମକ ଏକ ବିରଳ ‘ଉଲଫ ଡଗ’କୁ ବିପୁଳ ବ୍ୟୟରେ କ୍ରୟ କରିଛନ୍ତି। ନ୍ୟୁୟର୍କ ପୋଷ୍ଟ ଅନୁସାରେ ଏହି କୁକୁର ଏକ ଅନନ୍ୟ ଡଗ ପ୍ରଜାତିର କ୍ରସ ବ୍ରିଡ।
ଏସ. ସତୀଶ ୧୫୦ରୁ ଅଧିକ ବିଭିନ୍ନ ପ୍ରଜାତିର କୁକୁର ପୋଷିଛନ୍ତି। ତେବେ ଯୁକ୍ତରାଷ୍ଟ୍ର ଆମେରିକାରେ ଜନ୍ମିତ କ୍ୟାଡାବାମ୍ସ ଓକାମୀର ବୟସ ମାତ୍ର ୮ ମାସ ଓ ତାର ଓଜନ ପ୍ରାରମ୍ଭରୁ ୫ କେଜି ଅଧିକ। ଏହି କୁକୁର ଦୈନିକ ୩ କେଜି କଞ୍ଚା ମାଂସ ଖାଉଛି। ଆମେରିକାନ କେନଲ କ୍ଲବ ଅନୁସାରେ ଓକାମୀ ଆଂଶିକ ରୂପେ ଏକ ସଂରକ୍ଷିତ ପ୍ରଜାତିର କୁକୁର। ସତୀଶ ଏକ ବିରଳ ଚାଉ ଚାଉ କୁକୁର ମଧ୍ୟ ରଖିଛନ୍ତି। ଏହି କୁକୁରକୁ ସେ ଗତବର୍ଷ ୩.୨୫ ମିଲିୟନ ଡଲାର ବ୍ୟୟରେ କିଣିଥିଲେ।
ସତୀଶ କୁକୁରଙ୍କୁ ଭଲରେ ଦେଖାଶୁଣା କରନ୍ତି। ଏଥି ପାଇଁ ତାଙ୍କର ଏକ ୭ ଏକରର ଫାର୍ମ ହାଉସ୍ ଅଛି। ଯେଉଁଥିରେ ତାଙ୍କର ପ୍ରତ୍ୟେକ କୁକୁରଙ୍କ ନିମନ୍ତେ ୨୦X୨୦ର ରୁମ୍ ସବୁ ରହିଛି। କୁକୁର ଖେଳିବା ଓ ଦୌଡିବା ପାଇଁ ସତୀଶଙ୍କ ଫାର୍ମ ହାଉସରେ ପ୍ରଚୁର ଜାଗା ରହିଛି। ଏଠାରେ କୁକୁରଙ୍କ ଦେଖାଶୁଣା କରିବା ପାଇଁ ସେ ୬ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ସତୀଶ କୁକୁରଙ୍କୁ ଏୟାରକଣ୍ଡିସନ ରୁମରେ ରଖନ୍ତି ନାହିଁ। କାରଣ ସହରର ବାତାବରଣ ବେଶ୍ ଥଣ୍ଡା, ହେଲେ କୁକୁରଙ୍କୁ ଠିକ୍ ରୂପେ ଦେଖାଶୁଣା କରାଯାଏ ବୋଲି ସେ କହିଛନ୍ତି।
ସତୀଶ କହିଛନ୍ତି ଯେ ମୁଁ କୁକୁରଙ୍କ ଉପରେ ବିପୁଳ ବ୍ୟୟ କରେ, କାରଣ ଏ ଗୁଡିକ ବିରଳ କୁକୁର। ଏହି କୁକୁରଙ୍କ ଯୋଗୁ ମୋତେ ପ୍ରାୟତଃ ପର୍ଯ୍ୟାପ୍ତ ପଇସା ମିଳିଥାଏ। କାରଣ ଲୋକେ ଏହି କୁକୁରଙ୍କୁ ଦେଖିବାକୁ ବେଶ୍ ଆଗ୍ରହୀ। ସେମାନେ କୁକୁରଙ୍କ ସହ ସେଲଫି ଓ ଫଟୋ ଉଠାନ୍ତି। ମେତୋ ଓ ମୋ କକୁରଙ୍କୁ କୌଣସି ଫିଲ୍ମର ପ୍ରିମିୟର ଠାରୁ ମଧ୍ୟ ଅଧିକ ଗୁରୁତ୍ୱ ମିଳିଥାଏ। ଲୋକେ କୌଣସି ଫିଲ୍ମ ଅଭିନେତାଙ୍କଠାରୁ ମୋତେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ମୁଁ ଓ ମୋ କୁକୁର ପ୍ରାୟତଃ ଭିଡକୁ ଆକର୍ଷିତ କରିଥାଉ।