LIVE TV

ପ୍ରିୟ କୁକୁରକୁ ହରାଇବାର ଯନ୍ତ୍ରଣା ... ନିଆରା କାର୍ଯ୍ୟ କରି ଲୋକଙ୍କ ହୃଦୟ ଜିତିଲେ ଅଟୋ ଚାଳକ

NEWS7
autorickshaw driver

ନୂଆଦିଲ୍ଲୀ - ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ ଖୁବ୍ ଜୋରରେ ଭାଇରାଲ ହେଉଛି , ଯାହା ଲୋକଙ୍କ ହୃଦୟକୁ ଖୁବ୍‌ ଗଭୀର ଭାବେ ପ୍ରଭାବିତ କରିଛି। ଏହି କାହାଣୀଟି ବେଙ୍ଗାଲୁରୁ ସହ ଜଡ଼ିତ। ଏଠାରେ ଜଣେ ଅଟୋ ଡ୍ରାଇଭର ସବୁବେଳେ ତାଙ୍କ ଗାଡ଼ି ଭିତରେ ତାଙ୍କ ପ୍ରିୟ ପୋଷା କୁକୁରର ଏକ ଫଟୋ ରଖିଥା’ନ୍ତି। ଭାଇରାଲ ପୋଷ୍ଟ ଅନୁସାରେ, ଏହା ସେହି ଛୋଟ କୁକୁର ଥିଲା, ଯାହାକି ମାତ୍ର ଚାରି ମାସ ବୟସରେ ମାତ୍ର ଗୋଟିଏ ମାସ ପୂର୍ବରୁ ଦୁନିଆକୁ ଅଲବିଦା କହି ଥିଲା। ଡ୍ରାଇଭର ଜଣଙ୍କ ତାଙ୍କ ଅଟୋର ଏକ କୋଣରେ ଏହାର ଫଟୋକୁ ସଜେଇ ନିଜର ସ୍ମୃତିକୁ ସର୍ବଦା ଜୀବନ୍ତ ରଖିଛନ୍ତି। ଏହି ଭାବପ୍ରବଣର ଦୃଶ୍ୟକୁ ଦେଖି ଜଣେ ଯାତ୍ରୀ ରେଡିଟ୍‌ରେ ପୂରା ଘଟଣା ସେୟାର କରିଛନ୍ତି।

ଯାତ୍ରୀ ଜଣକ କହିଛନ୍ତି ଯେ, ସେ ତାଙ୍କର ଗ୍ରୀଷ୍ମକାଳୀନ ଇଣ୍ଟର୍ଣ୍ଣସିପ୍ ପାଇଁ ବେଙ୍ଗାଲୁରୁରେ ଥିଲେ । ସେ ଏକ ଅଟୋ ବୁକ୍ କଲେ ଏବଂ ଦେଖିଲେ ଡ୍ରାଇଭର ଜଣଙ୍କ ବୁଲା କୁକୁରମାନଙ୍କୁ ବିସ୍କୁଟ ଖୁଆଉଛନ୍ତି। କିଛି ସମୟ ପରେ ତାଙ୍କର ନଜର ଅଟୋରରେ ଥିବା ଏକ ଛୋଟ ଫଟୋ ଉପରେ ପଡ଼ିଲା। ଡ୍ରାଇଭର ଜଣଙ୍କ ତାଙ୍କ ଅଟୋ ସାମ୍ନାରେ ତାଙ୍କ ପୋଷା କୁକୁରର ଏକ ଫଟୋ ଲଗାଇ ଥିଲେ, ସେ( କୁକୁର) ତାଙ୍କର ଜଣେ ପ୍ରିୟ ବନ୍ଧୁଟିଏ ଥିଲା,ଯାହାର ମୃତ୍ୟୁ ମାତ୍ର ଗୋଟିଏ ମାସ ପୂର୍ବରୁ ହୋଇଥିଲା। ସେହି ଛୋଟ କୁକୁରଟି ମାତ୍ର ଚାରି ମାସର ଥିଲା। 

Bengaluru auto driver carries photo of late dog in vehicle, wins hearts  with compassion | Trending

ସେ ଆହୁରି କହିଛନ୍ତି ଯେ, ଯାତ୍ରା ପରେ, ମୁଁ ତାଙ୍କୁ ବୁଲା କୁକୁରମାନଙ୍କ ପାଇଁ ବିସ୍କୁଟ କିଣିବା ପାଇଁ ଅତିରିକ୍ତ ୧୦୦ ଟଙ୍କା ଦେଲି । ପ୍ରାରମ୍ଭରେ ସେ ଏହି ଟଙ୍କା ନେବାକୁ ସ୍ପଷ୍ଟ ଭାବରେ ମନା କରି ଦେଲେ, ହେଲେ ଯେତେବେଳେ ମୁଁ ତାଙ୍କୁ କହିଲି ଯେ , ଏହି ଟଙ୍କା ତାଙ୍କ ପାଇଁ ନୁହେଁ, ବରଂ ସେ ପ୍ରତିଦିନ ଖାଇବାକୁ ଦେଉଥିବା ଛୋଟ ପ୍ରାଣୀମାନଙ୍କ ପାଇଁ, ସେ ଶେଷରେ ତାହା ଗ୍ରହଣ କଲେ। ଯାତ୍ରୀ ଜଣଙ୍କ କହିଥିଲେ ଯେ , ଏହା କେବଳ ଏକ କ୍ଷଣିକ ଘଟଣା ଥିଲା,  ହେଲେ ଏହା ତାଙ୍କ ହୃଦୟରେ ସବୁଦିନ ପାଇଁ ରହିଲା।

ସୋସିଆଲ ମିଡ଼ିଆରେ ଉକ୍ତ ଭାବ ପ୍ରବଣର ପୋଷ୍ଟଟି ତୁରନ୍ତ ୟୁଜରଙ୍କର ଧ୍ୟାନ ଆକର୍ଷିତ କରିଥିଲା ଏବଂ କମେଣ୍ଟ ସେକ୍ସନରେ ସମର୍ଥନ ଓ ଭାବନାତ୍ମକ ପ୍ରତିକ୍ରିୟାର ବର୍ଷା ହୋଇଥିଲା। ଜଣେ ୟୁଜର ଲେଖିଛନ୍ତି , "ଦୟାକରି ଆମକୁ ଏହି ବ୍ୟକ୍ତିଙ୍କ ବିଷୟରେ ଅଧିକ କୁହନ୍ତୁ । ମୁଁ ଯେତେବେଳେ ବେଙ୍ଗାଲୁରୁ ଯିବି, ତ ତାଙ୍କର ଏହି ସେବାରେ ତାଙ୍କୁ ସମର୍ଥନ କରିବି। ମିତି ଲୋକ ତ ଅମୂଲ୍ୟ । ଆମେ ସେମାନଙ୍କୁ ଉତ୍ସାହିତ ଏବଂ ସମର୍ଥନ କରିବା ଉଚିତ।

ଆଉ ଜଣେ ୟୁଜର କେବଳ ଏତିକି କହିଛନ୍ତି ଯେ, କେତେ ଦୟାଳୁ ବ୍ୟକ୍ତି। ଆଉ ଜଣେ ଲେଖିଛନ୍ତି , ସେ ମୋ ଦିନକୁ ପୂରା ଖୁସି କରିଦେଲେ। ଆହୁରି ଅନେକ ଲୋକ ଡ୍ରାଇଭରଙ୍କ ଦୟାଳୁତାକୁ ପ୍ରଶଂସା କରିଛନ୍ତି।