LIVE TV

'ପ୍ରତିଯୋଗୀଙ୍କ ସହ ଜଜ୍‌ଙ୍କ ଆଫେୟାର, ବିଜେତା ଫିକ୍ସ...' : ବିବାଦ ଘେରରେ ମିସ୍ ୟୁନିଭର୍ସ-୨୦୨୫

NEWS7
bengal-tigers-defeated-hyderabad-toofans-4-3-in-the-final

ନୂଆଦିଲ୍ଲୀ ୨୦।୧୧; ଥାଇଲାଣ୍ଡର ଚାଲିଛି ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା। ଏହି ପ୍ରିଯୋଗିତାର ଫାଇନାଲକୁ ଆଉ ମାତ୍ର ରହିଲା ୩ ଦିନ । କିନ୍ତୁ ବିବାଦ ଏହାର ପିଛା ଛାଡୁନି । ଏବେ ଏହାର ବିଚାରପତି ଓମାର ହାରଫୁଶ ଇସ୍ତଫା ଦେଇଛନ୍ତି ଏବଂ ସଂଗଠନ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ବିଚାରକ କମିଟି ଗଠନ ପୂର୍ବରୁ ସଂଗଠନ ଦ୍ୱାରା ଶୀର୍ଷ-୩୦ ପ୍ରତିଯୋଗୀଙ୍କର ଚୟନ ଅନୌପଚାରିକ ରୂପେ ହୋଇଛି। ଟପ-୩୦ରେ ସେହି ପ୍ରତିଯୋଗୀଙ୍କୁ ସ୍ଥାନ ଦିଆଯାଇଛି, ଯାହାଙ୍କ ସହ ସଂଗଠନ ସଦସ୍ୟଙ୍କର ବ୍ୟକ୍ତିଗତ ସମ୍ପର୍କ ଅଛି । ବିବାଦ ବଢ଼ିବାରୁ ସଂଗଠନ ସାମ୍ବାଦିକ ସମ୍ମିଳନୀ କରି ଏହା ଉପରେ ସଫେଇ ଦେଇଛି ।

ଓମାର ହାରଫୁଶ ଆହୁରି କହିଛନ୍ତି, ସେ ଖୁବ୍ଶୀଘ୍ର ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଓମାର ହାରଫୁଶ ସୋସିଆଲ ମିଡିଆ ପୋଷ୍ଟ୍ ଜରିଆରେ ମିସ୍ ୟୁନିଭର୍ସ-୨୦୨୫ର ଆୟୋଜକଙ୍କ ବିରୋଧରେ ଅଭିଯୋଗ କରି ଲେଖିଛନ୍ତି, ଜଣାପଡ଼ିଛି ଯେ ଜ୍ୟୁରି ସଦସ୍ୟ ପହଞ୍ଚିବା ପୂର୍ବରୁ ଟପ୍-୩୦ ପ୍ରତିଯୋଗୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ଏକ ଗୁପ୍ତ ଓ ଅବୈଧ ଭାବେ ଭୋଟିଂ ହୋଇଛି । ଔପଚାରିକ ବିଚାରକମଣ୍ଡଳୀର ସଦସ୍ୟ ନଥିବା ବ୍ୟକ୍ତି ଏହା କରିଛନ୍ତି । ଏମାନଙ୍କ ମଧ୍ୟରୁ ଅତିକମ୍ରେ ଜଣେ ବ୍ୟକ୍ତିଙ୍କର ଜଣେ ପ୍ରତିଯୋଗୀଙ୍କ ସହ ରୋମାଣ୍ଟିକ୍ ସମ୍ପର୍କ ଅଛି ।

ଏହା ଅତ୍ୟନ୍ତ ଗମ୍ଭୀର ଏବଂ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ହେର୍ଫେର୍ ଶ୍ରେଣୀରେ ଆସିପାରେ । ଏଥିସହ ଅନେକ ଷ୍ଟୋରୀ ପୋଷ୍ଟ୍ କରି ଆୟୋଜକଙ୍କ ବିରୋଧରେ ସେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହା ପୂର୍ବରୁ ମଧ୍ୟ ପ୍ରତିଯୋଗିତା ବିବାଦ ଘେରକୁ ଆସିଛି । ମିସ୍ ୟୁନିଭର୍ସ ଥାଇଲାଣ୍ଡର ଡାଇରେକ୍ଟର ମଞ୍ଚରେ ମିସ୍ ମେକ୍ସିକୋ ଫାତିମା ବୋଶଙ୍କୁ ଗାଳି କରିଥିଲେ । ଫାତିମା ଏହା ବିରୋଧରେ ଅଭିଯୋଗ କରିଥିଲେ ।