ପୁରୀରେ ଅପରେସନ ଚକ୍ର ଅଭିଯାନ : କୋରେକ୍ସ ବିକ୍ରି ଅଭିଯୋଗରେ ଦୁଇ ଗିରଫ

NEWS7
bengal-police-uses-water-cannons-tear-gas-to-disperse-protesting-bjp-workers

ପୁରୀ ୨୫।୧୨: ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ୍ରେ ପୁରୀ ପୋଲିସ । ପୁରୀ ପୋଲିସର ଅପରେସନ ଚକ୍ର ଅଭିଯାନ ଜାରି ରହିଥିବା ବେଳେ ଅପରାଧୀ ଓ ନିଶା ବେପାରୀଙ୍କ ଉପରେ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ପୁରୀରେ ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ ପୋଲିସ ଦୃଢ଼ ହସ୍ତରେ ଦମନ କରୁଥିବା ବେଳେ ବ୍ରାଉନସୁଗାର ଓ କୋରେକ୍ସ ବିକ୍ରି ଅଭିଯୋଗରେ ବିଭିନ୍ନ ଥାନା ଅଞ୍ଚଳରେ ଥିବା ବ୍ୟବସାୟୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୁରୀ ଏସ୍ପି ପ୍ରତୀକ ସିଂ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏସପିଙ୍କ ସୂଚନା ଅନୁଯାୟୀ ସଦର ଥାନା ଅଞ୍ଚଳର କୋରେକ୍ସ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଷଣ୍ଢପୁରର ସଞ୍ଜୟ ଭୋଇ ଏବଂ କାଶୀ ଜଗନ୍ନାଥପୁରର ଚରଣ ସେଠୀ । ପୋଲିସ ଏମାନଙ୍କ ଠାରୁ ୬୬ଟି କଫ୍ସିରପ୍ବୋତଲ ସହିତ ଦୁଇଟି ମୋବାଇଲ ଫୋନ୍ ଏବଂ ୮୯୭୦ ଟଙ୍କା ଜବତ କରିଛି । ସେହିପରି ସମୁଦ୍ର କୂଳ ଥାନା ପୋଲିସ ୧୧ ଗ୍ରାମ୍ ବ୍ରାଉନ ସୁଗାର ସହିତ ହଜାରେ ଟଙ୍କା ଜବତ କରିଛି । ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ତ୍ରିନାଥ ସେଠୀ ଏବଂ ଚନ୍ଦନ ସିଂକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବାସେଳୀ ସାହି ଥାନା ପୋଲିସ ୧୧ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିବା ସହିତ ଅଭିଯୁକ୍ତ ଭବାନୀ ଶଙ୍କର ମହାରଣାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।