ଫିଟନେସ୍ ଟେଷ୍ଟରେ ପରିବର୍ତ୍ତନ ଆଣିଲା BCCI, ବ୍ରୋଙ୍କୋ ଟେଷ୍ଟରେ ବୋଲର ପାସ୍ କଲେ ଟିମ୍‌ରେ ଚାନ୍ସ

Published By : Prameya-News7 Bureau | August 21, 2025 IST

ମୁମ୍ୱାଇ ୨୧/୦୮: ଦିନକୁ ଦିନ ଖେଳାଳିଙ୍କ ପ୍ରତି କଠୋର ହେଉଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ । ବିଶେଷ କରି ଖେଳାଳିଙ୍କ ଫିଟ୍‌ନେସକୁ ଗୁରୁତ୍ୱ ଦେଉଛି BCCI । ଏହି ପରିପ୍ରେକ୍ଷୀରେ ଖେଳାଳିଙ୍କ ଫିଟନେସ୍ ଟେଷ୍ଟ ନେଇ ନୂତନ ନିୟମ ପ୍ରଚଳନ କରିଛି ବିସିସିଆଇ । ଯାହାକୁ କୁହାଯାଏ ବ୍ରୋଙ୍କୋ ଟେଷ୍ଟ । ତେବେ ଏହା କେବଳ ସୀମିତ ଥିଲା ରଗ୍‌ବୀରେ । 

ଏବେ କିନ୍ତୁ କ୍ରିକେଟକୁ ଏଣ୍ଟ୍ରି କରିଛି ଏହି ବ୍ରୋଙ୍କୋ ଟେଷ୍ଟ । ଯାହା ଖେଳାଳିଙ୍କ ଏରୋବିକ୍ କ୍ଷମତା ଓ ରନିଙ୍ଗ ଷ୍ଟାମିନା ପରୀକ୍ଷା କରିବ। ଏହା ସହିତ, ଏହି ପରୀକ୍ଷା ପଡ଼ିଆରେ ରହିବା ଏବଂ ଦୀର୍ଘ ଦୂରତା ପାଇଁ ଦୌଡ଼ିବାର କ୍ଷମତା ବି ଚେକ୍ କରିବ । 

ଏହି ବ୍ରୋଙ୍କୋ ଟେଷ୍ଟ କେବଳ ବୋଲରମାନଙ୍କ ପାଇଁ। ଏହି ପରୀକ୍ଷାରେ ପାସ୍ କରିବା ପରେ ହିଁ ଖେଳାଳିଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯିବ । ରିପୋର୍ଟ ଅନୁଯାୟୀ, ଖେଳାଳିଙ୍କ ଷ୍ଟାମିନା ବୃଦ୍ଧି କରିବା ଓ ସେମାନଙ୍କୁ ଦୀର୍ଘ ସମୟ ପାଇଁ ଫିଟ୍ ରଖିବା ପାଇଁ ବ୍ରୋଙ୍କୋ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି।

ବ୍ରୋଙ୍କୋ ଟେଷ୍ଟ କ’ଣ?

ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଏହି ବ୍ରୋଙ୍କୋ ଟେଷ୍ଟ କ’ଣ? ଆଜ୍ଞା ହଁ, ଆମେ ଆପଣଙ୍କୁ ସରଳ ଭାଷାରେ ବୁଝାୁଛୁ କି, ଏହା ଗୋଟିଏ ଫିଟନେସ୍ ଟେଷ୍ଟ । ଖେଳାଳିଙ୍କ ଏରୋବିକ୍ କ୍ଷମତା ଓ ରନିଙ୍ଗ ଷ୍ଟାମିନା ସବୁକିଛି ବ୍ରୋଙ୍କୋ ଟେଷ୍ଟ ମାଧ୍ୟମରେ କରାଯିବ। ଏଥିରେ, ଖେଳାଳିଙ୍କୁ ଗୋଟିଏ ସେଟରେ ୨୦ ମିଟର, ୪୦ ମିଟର ଓ ୬୦ମିଟରର ସଟଲ୍ ରନ କରିବାକୁ ପଡିବ। 

ଖେଳାଳି ନନ୍‌ଷ୍ଟପ୍ ମୋଟ ପାଞ୍ଚଟି ସେଟ୍ ସମାପ୍ତ କରିବାକୁ ପଡିବ । ରିପୋର୍ଟ ଅନୁଯାୟୀ, ଭାରତୀୟ ଖେଳାଳିମାନଙ୍କୁ ୬ ମିନିଟ୍ ମଧ୍ୟରେ ବ୍ରୋଙ୍କୋ ଟେଷ୍ଟ ପାସ୍ କରିବାକୁ କୁହାଯାଇଛି। ଜଣେ ଖେଳାଳି ପାଞ୍ଚଟି ସେଟରେ ପ୍ରାୟ ୧୨୦୦ ମିଟର ଦୌଡ଼ିବେ।

ବ୍ରୋଙ୍କୋ ଟେଷ୍ଟ କାହିଁକି କାର୍ଯ୍ୟକାରୀ?

ପ୍ରଥମେ, ଆମେ ଆପଣଙ୍କୁ କହି ରଖୁଛୁ ଯେ ବ୍ରୋଙ୍କୋ ଟେଷ୍ଟକୁ ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ କୋଚ୍ ଆଡ୍ରିଆନ୍ ଲେ ରକ୍ସ ସୁପାରିଶ କରିଥିଲେ । ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ଏଥିରେ ରାଜି ହୋଇଥିଲେ । ଲେ ରକ୍ସ ଚାହାଁନ୍ତି ଯେ ଦ୍ରୁତ ବୋଲରମାନେ ଜିମ୍ ଅପେକ୍ଷା ଦୌଡ଼ ଉପରେ ଅଧିକ ଧ୍ୟାନ ଦିଅନ୍ତୁ।

ଭାରତୀୟ ବୋଲରମାନେ ଟେଷ୍ଟ କ୍ରିକେଟରେ ଲମ୍ବା ସ୍ପେଲ ବୋଲିଂ କରିବାରେ ବିଫଳ ହୋଇଛନ୍ତି । ସମ୍ପ୍ରତି, ଇଂଲଣ୍ଡ ଗସ୍ତରେ, କେବଳ ମହମ୍ମଦ ସିରାଜ ପାଞ୍ଚଟି ଟେଷ୍ଟ ଖେଳିପାରିଥିଲେ ।  ପ୍ରତ୍ୟେକ ସେସନରେ ସମାନ ଗତିରେ ବୋଲିଂ କରିଥିଲେ । ବାକି ବୋଲରମାନେ ଲମ୍ବା ସ୍ପେଲ ବୋଲିଂ କରି କ୍ଳାନ୍ତ ହୋଇଯାଉଥିଲେ। ସେଥିପାଇଁ ଏହି ନୂତନ ଫିଟନେସ୍ ପରୀକ୍ଷା ପ୍ରଚଳନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.