ବଡ଼ଚଣାରେ ଜମୁଛି ବର୍ଷାଙ୍କ ପ୍ରଚାର, ଗାଁ କୁ ଗାଁ ଯାଇ ମାଗୁଛନ୍ତି ଭୋଟ

Published By : Prameya-News7 Bureau | May 07, 2024 IST

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣାରେ ବଢ଼ୁଛି ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀଙ୍କ ଲୋକପ୍ରିୟତା। ବର୍ଷା ବିଭିନ୍ନ ସ୍ଥାନରେ କର୍ମୀ ସମାବେଶ ଓ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ମଙ୍ଗଳବାର ବଡ଼ଚଣା ନିର୍ବାଚନ ମଣ୍ଡଳୀର ଚଣ୍ଡିତଳ ପଞ୍ଚାୟତରେ ବର୍ଷା ପ୍ରିୟଦର୍ଶନୀ ନିର୍ବାଚନୀ ପ୍ରଚାର କରିଛନ୍ତି।

ବର୍ଷା ଗାଁ କୁ ଗାଁ ଯାଇ ଭୋଟ ଭିକ୍ଷା କରୁଛନ୍ତି। ବର୍ଷାଙ୍କୁ ପରଦା ଓ ଟେଲିଭିଜନରେ ଲୋକେ ଦେଖୁଥିବା ବେଳେ ପାଖରେ ପାଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ମହିଳାମାନେ ବର୍ଷାଙ୍କୁ ସ୍ୱାଗତ କରିଥିଲେ। ବର୍ଷାଙ୍କ ସହ ବଡ଼ଚଣା ବ୍ଲକ ବିଜେଡି ସଭାପତି, ଯାଜପୁର ଜିଲ୍ଲା ପରିଷଦ ଉପାଦକ୍ଷ ଓ ବଡ଼ଚଣା ବିଜେଡିର ସମସ୍ତ ନେତୃ ବୃନ୍ଦ ଉପସ୍ଥିତ ରହିଥିଲେ। ଯେଉଁଭଳି ଜନ ସମାଗମ ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭଲ ପାଇବା ମିଳୁଛି ବିଜେଡି ଵେସ ସଫଳତା ପାଇବ ବୋଲି ବିଧାୟକ ପାର୍ଥୀ ବର୍ଷା ପ୍ରିୟଦର୍ଶନୀ କହିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.