ଭୁବନେଶ୍ବର: ଆସନ୍ତା ଜୁନ୍ ୩ ତାରିଖ ଅର୍ଥାତ ସୋମବାର ଠାରୁ ଆରମ୍ଭ ହେବ ଯୁକ୍ତ ତିନି ପାଇଁ ଫର୍ମ ପୂରଣ। ଛାତ୍ରାଛାତ୍ରୀଙ୍କୁ ଅନ୍ଲାଇନ୍ ମାଧ୍ୟମ (ସାମ୍ସ ପୋର୍ଟାଲ)ରେ ଯୁକ୍ତ ୩ ପାଇଁ ଆବେଦନ କରିବାକୁ ହେବ। ଏହି ଆବେଦନ ପ୍ରକ୍ରିୟା ଜୁନ୍ ୧୭ ଯାଏଁ ଚାଲିବାକୁ ଥିବାବେଳେ ୨୫ ତାରିଖରେ ପ୍ରକାଶ ପାଇଁ ପ୍ରଥମ ମେରିଟ୍ ଲିଷ୍ଟ।
ସୂଚନାଥାଉକି, ଗତ ରବିବାର ପ୍ରକାଶ ପାଇଛି ଯୁକ୍ତ ଦୁଇ ଫଳାଫଳ। ଚଳିତ ଥର କଳାରେ ପାସ୍ ହାର ୮୦.୯୫ ପ୍ରତିଶତ ଥିବା ବେଳେ ବିଜ୍ଞାନରେ ପାସ୍ ହାର ୮୬.୯୩ ପ୍ରତିଶତ ରହିଛି । ସେହିଭଳି ବାଣିଜ୍ୟରେ ପାସ୍ ହାର ୮୨.୨୭ ପ୍ରତିଶତ ରହିଛି ।