ଅନଲାଇନ LLm ପ୍ରୋଗ୍ରାମକୁ ନେଇ ବାରକାଉନସିଲଙ୍କ ଉଦବେଗ, ଜାରି କଲେ ଆଡଭାଇଜରୀ

Published By : Prameya-News7 Bureau | June 29, 2025 IST

ନୂଆଦିଲ୍ଲୀ ୨୯।୬: ଦେଶର ଆଇନ ଶିକ୍ଷାର ବିଶ୍ୱସନୀୟତା କାୟମ ରଖିବା ପାଇଁ ପଦକ୍ଷେପ ନେଇଛନ୍ତି ବାର କାଉନସିଲ ଅଫ ଇଣ୍ଡିଆ( ବିସିଆଇ)। ଅନଲାଇନ, ଡିଷ୍ଟାନ୍ସ ଅଥବା ଅନ୍ୟ ହାଇବ୍ରିଡ ରୂପରେ ଉପସ୍ଥାପନ କରାଯାଉଥିବା ଅଣମାନ୍ୟତା ପ୍ରାପ୍ତ ଏଲଏଲଏମ (ମାଷ୍ଟର ଅଫ ଲ) ପ୍ରୋଗ୍ରାମ ନେଇ ଆଡଭାଇଜରୀ ଜାରି କରିଛନ୍ତି। ଏଥିରେ ଏବେକା ଆଇନ ଓ ଶିକ୍ଷଣ ଢାଞ୍ଚାକୁ ପାଳନ କରିବାକୁ ଗୁରୁତ୍ୱ ଦିଆଯାଇଛି। 

ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ଆଇନ ଶିକ୍ଷା ସ୍ଥାୟୀ କମିଟିର ସହ ଅଧ୍ୟକ୍ଷ ଜଷ୍ଟିସ୍ ରାଜେନ୍ଦ୍ର ମେନନ ସବୁ ଉଚ୍ଚ ନ୍ୟାୟାଳୟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କ ସହିତ ସୁପ୍ରିମକୋର୍ଟଙ୍କୁ ସମ୍ବଦ୍ଧିତ ପତ୍ରରେ କହିଛନ୍ତି ଯେ ଏଲଏଲଏମ (ପ୍ରଫେସନାଲ), ଏକଜିକୁଟିଭ ଏଲଏଲଏମ ଓ ସାଇବର ଲ ରେ ଏମଏସସି ଭଳି ବିକଳ୍ପ ପାଠ୍ୟକ୍ରମ ବା ପ୍ରୋଗ୍ରାମ ର ବଢୁଥିବା ସଂଖ୍ୟା ଯୋଗୁ ବିସିଆଇ ଚିନ୍ତିତ। 

ବିସିଆଇ ସ୍ପଷ୍ଟ ରୂପେ କହିଛନ୍ତି ଯେ ଏଥିରୁ ଅନେକ ପ୍ରୋଗ୍ରାମ ଅନିବାର୍ଯ୍ୟ ମଞ୍ଜୁରୀ ବିନା ଚଳା ଯାଉଛି। ଏହା ନା କେବଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ବରଂ ଏହା ଦ୍ୱାରା ଛାତ୍ର ଭ୍ରମିତ ହେଉଥିବା ବେଳେ ଶିକ୍ଷାର କ୍ୱାଲିଟି ମଧ୍ୟ ଖରାପ ହେଉଛି ବୋଲି କହିଛନ୍ତି। ଏହି ପତ୍ରର ନକଲ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ବାର କାଉନସିଲମାନଙ୍କୁ ମଧ୍ୟ ପଠା ଯାଇଛି, ଯାହା ଦ୍ୱାରା ଉଚିତ କାର୍ଯ୍ୟାନୁଷ୍ଠାନ ହୋଇ ପାରିବ। 

ବାର କାଉନସିଲ ସ୍ପଷ୍ଟ କରିଛନ୍ତି ଯେ ଆଡଭୋକେଟ ଅଧିନିୟମ ୧୯୬୧ ଅନୁସାରେ କେବଳ ବିସିଆଇଙ୍କୁ ସ୍ନାତକ ଓ ସ୍ନାତକୋତ୍ତର ଆଇନ ପ୍ରୋଗ୍ରାମ ନିୟନ୍ତ୍ରିତ କରିବାର ଅଧିକାର ରହିଛି। ଏଣୁ ଆଡଭାଇଜରୀରେ ଏଲଏଲଏମ ପ୍ରୋଗ୍ରାମ ସଞ୍ଚାଳନ ପୂର୍ବରୁ ଅନୁମୋଦନ ପ୍ରାପ୍ତ କରିବା ଅନିବାର୍ଯ୍ୟ ବୋଲି କହିଛନ୍ତି। ବିସିଆଇ କହିଛନ୍ତି ଯେ ନିୟାମକୀୟ ଅନୁପାଳନରେ କୌଣସି ପ୍ରକାରର ଛାଡ ସିଧା ଆଇନ ପେଷାକୁ ପ୍ରଭାବିତ କରୁଛି। ଏଣୁ ବିସିଆଇ ଉଚ୍ଚନ୍ୟାୟାଳୟଙ୍କୁ ଏପରି ମାମଲାରେ ନ୍ୟାୟିକ ସଂଜ୍ଞାନ ନେବାକୁ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.