LIVE TV

ଟେକ୍ନୋଲଜି ମଣିଷକୁ କରିଦେବ ଧନୀ, ସବୁଦିନ ପାଇଁ ଦୂର ହୋଇଯିବ ଦାରିଦ୍ର୍ୟ, ଜାଣନ୍ତୁ ଏଲନ ମସ୍କଙ୍କ ପ୍ଲାନ୍

NEWS7
bangladeshi-miscreants-involved-in-bengal-waqf-violence-centre-told-said-sources

ୱାସିଂଟନ ୨୩।୧୧: ଏଲନ ମସ୍କ ଭବିଷ୍ୟତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ (ଏଆଇ)ର ବଢୁଥିବା ଭୂମିକାକୁ ନେଇ ବେଶ୍ ଆଶାବାଦୀ। ଏହି ବିଚାରକୁ ଦୋହରାଇ ସେ ୟୁଏସ-ସାଉଦୀ ଇନଭେଷ୍ଟମେଣ୍ଟ ଫୋରମରେ ଏପରି ବକ୍ତବ୍ୟ ଦେଇଛନ୍ତି ଯାହା ତାଙ୍କପ୍ରତି ବିଶ୍ୱର ଧ୍ୟାନକୁ ପୁଣି ଆକର୍ଷିତ କରିଛି। ସାଧାରଣ ଲୋକେ ଓ ବିଶେଷଜ୍ଞ ଯେତେବେବେଳେ ଏଆଇ ଓ ହ୍ୟୁମାନଏଡ ରବୋଟ ବିଶ୍ୱର ଲକ୍ଷଲକ୍ଷ ଚାକିରୀ ଖାଇଯିବ ବୋଲି ଚିନ୍ତିତ ସେତେବେଳେ ମସ୍କ ଭାବୁଛନ୍ତି ଏହି ଟେକନିକ୍ ସବୁ ମଣିଷଙ୍କୁ ଧନୀ କରିଦେବ।

ଫୋରମରେ ମସ୍କ କହିଛନ୍ତି ଯେ ବିଶ୍ୱରୁ ଦାରିଦ୍ର୍ୟ ଦୂରିକରଣ ପାଇଁ ଏ ପର୍ଯ୍ୟନ୍ତ ଅଗଣିତ ଉଦ୍ୟମ ହୋଇସାରିଲାଣି, ହେଲେ ଏହାର ଅସଲି ସମାଧାନ କେବଳ ଟେକ୍ନୋଲଜି। ମସ୍କଙ୍କ ଅନୁସାରେ ଏଆଇ ଓ ହ୍ୟୁମାନଏଡ ରବୋଟ ଏପରି କ୍ଷମତା ରଖୁଛନ୍ତି ଯାହା ଭବିଷ୍ୟତରେ ଦାରିଦ୍ର୍ୟତାକୁ ସମ୍ପୂର୍ଣ୍ଣ ଦୂର କରିପାରିବ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ତାଙ୍କର ଏହି ବୟାନ କେବଳ ଟେସ୍ଲାର ‘ଅପ୍ଟିମସ୍’ ରବୋଟକୁ ପ୍ରମୋଟ କରିବା ଉଦ୍ଦେଶ୍ୟରେ ନୁହେଁ, କାରଣ ସେ ଭାବନ୍ତି ଆଗକୁ ଟେସ୍ଲା ଏକାକୀ ଏପରି କମ୍ପାନୀ ନଥିବ ଯିଏ ଦୁନିଆକୁ ଧନୀ କରିବ।

ମସ୍କ କହିଛନ୍ତି ଯେ ଆଗାମୀ ସମୟରେ ଲୋକଙ୍କୁ ଆଉ ପଇସାର ଆବଶ୍ୟକତା ପଡିବ ନାହିଁ। ସେ କହିଛନ୍ତି ଯେ ବିଜୁଳି ଭୌତିକ ସଂଶାଧନ ଭଳି ଜିନିଷର ସୀମା ତ ରହିବ ହେଲେ ଏକ ସମୟରେ ମୁଦ୍ରା ଅପ୍ରସାଙ୍ଗିକ ହୋଇପଡିବ। ସେ ଭାବୁଛନ୍ତି ଏଆଇ ଯେମିତି କାମ ସମ୍ଭାଳିବା ଆରମ୍ଭ କରିବ ମଣିଷକୁ ତାର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାକୁ ଆଉ ଚାକିରୀକୁ ଯିବାକୁ ପଡିବ ନାହିଁ। ଲୋକେ ସେମାନଙ୍କ ସାମର୍ଥ୍ୟକୁ ଜୀବନର ଅସଲୀ ଆବଶ୍ୟକତା ଓ ପସନ୍ଦର କାମରେ ଉପଯୋଗ କରିପାରିବେ, ଯେପରିକି ଚାଷ, ବାଗବଗିଚା ଓ ଅନ୍ୟ ରଚନାତ୍ମକ ଗତିବିଦ୍ଧିରେ ଉପଯୋଗ ହେବ।

ତେବେ ମସ୍କ ଏପରି ପ୍ରଥମ ଥର କହୁ ନାହାନ୍ତି। ସେ ପ୍ରାୟତଃ ଏଆଇ ମଣିଷର ଜୀବନକୁ ସମ୍ପୂର୍ଣ୍ଣ ବଦଳେଇ ଦେବ ବୋଲି କହି ଆସୁଛନ୍ତି। ହେଲେ ଆଜି ବି ସେହି ସମାନ ପ୍ରଶ୍ନ ରହିଛି, ତାହା ହେଉଛି ଏହା କ’ଣ ସମ୍ଭବ? କାରଣ ଏ ନେଇ ନାଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଯୋଜନା ଆସିଲାଣି ନା ମସ୍କ ଦୁନିଆ କିପରି ଧନୀ ହେବ ଓ ଦାରିଦ୍ର୍ୟତା କିପରି ଦୂର ହେବ ସେ ନେଇ ସ୍ପଷ୍ଟ ଭାବେ କହୁଛନ୍ତି।