ବଡ଼ଦେଉଳରେ ମହାପ୍ରଭୁଙ୍କ ବନକଲାଗି ନୀତି, ବନ୍ଦ ରହିବ ସାଧାରଣ ଦର୍ଶନ

Published By : Prameya-News7 Bureau | March 05, 2025 IST

ପୁରୀ ୦୫।୦୪: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ବିଶେଷ ସେବା ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ । ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଠାକୁରଙ୍କ ସର୍ବସାଧାରଣ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। 

ସାଧାରଣତଃ ଅପରାହ୍ଣ ସମୟରେ ଏହି ନୀତି ହୋଇଥାଏ । ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ବନକଲାଗି ସେବା କରିବେ । ଏହାଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର  ଶ୍ରୀବୃଦ୍ଧି ଘଟିଥାଏ । ବନକଲାଗି ପରେ ମହାସ୍ନାନ ପୂଜା ବଢ଼ି ପୁନଃ ଦର୍ଶନ ଆରମ୍ଭ ହେବ । ଠାକୁରଙ୍କ ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଁଥ ଅଠା, କସ୍ତୁରୀ ଓ କଳା ଆଦି ଆବଶ୍ୟକ ହୋଇଥାଏ । ସେହି ଦିନର ଠାକୁରଙ୍କ ନୀତି ଅନୁସାରେ ବନକଲାଗି ଓ ଦର୍ଶନ କଟକଣା ସମୟ ସ୍ଥିର ହୋଇଥାଏ ।

ଜାପାନରେ ସମ୍ରାଟ ହେବା ନିୟମ ବହୁତ କଠୋର, ଭଉଣୀ ବଦଳରେ ଭାଇ ସମ୍ଭାଳିଲେ ଗାଦି

  • puri
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.