ୟୁରୋପ୍‌ର ନେତାମାନେ ବୋକା ଏବଂ ମୁର୍ଖ, ମତେ ନାଟୋ ‘ଡାଡି’ ବୋଲି କହେ- ଟ୍ରମ୍ପ୍

NEWS7
bali-jatra-has-received-national-recognition-or-not

ନୂଆଦିଲ୍ଲୀ, ୧୦/୧୨:ୟୁରୋପକୁ ନାଲି ଆଖି ଦେଖାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ୟୁରୋପୀୟ ୟୁନିଅନକୁ ଦୁର୍ବଳ ଏବଂ ବୁଡି ଯାଉଥିବା ସଙ୍ଘ ବୋଲି ସେ କହିଛନ୍ତି । ୟୁକ୍ରେନ ଏବଂ ଶରଣାର୍ଥୀ ସମ୍ବନ୍ଧୀୟ ଏକ ସାକ୍ଷାତକାରରେ ଟ୍ରମ୍ପ୍ ଏପରି କହିଥିବା ଜଣାପଡିଛି ।

ଟ୍ରମ୍ପ କହିଛନ୍ତି ଯେ, ଋଷର ଆକ୍ରମଣରେ ୟୁକ୍ରେନ୍ ପୁରା ଧ୍ୱଂସ ହୋଇ ସାରିଛି । ଏହି ସମୟରେ ରାଷ୍ଟ୍ରପତି ଜେଲେନ୍ସକି ନିର୍ବାଚନ ପ୍ରକ୍ରିୟା ବାବଦରେ କଥା ହେଉଛନ୍ତି । ଏହାସହ ସେ ଆମେରିକାର ଜାତୀୟ ସୁରକ୍ଷାକୁ ନେଇ ୟୁରୋପୀୟ ଦେଶକୁ ସମାଲୋଚନା କରିଛନ୍ତି । ଅନେକ ୟୁରୋପୀୟ ଦେଶ ଏବେ ନଷ୍ଟ ହେବାକୁ ବସିଲାଣି ବୋଲି ସେ କହିଛନ୍ତି ।

ୟୁଏସ ପ୍ରେସିଡେଣ୍ଟ୍ ଆହୁରି କହିଛନ୍ତି ଯେ, ଶରଣାର୍ଥୀ ପ୍ରସଙ୍ଗରେ ୟୁରୋପର ନୀତି ବହୁତ ଖରାପ । ସେମାନେ ରାଜନୈତିକ ଦୃଷ୍ଟିରୁ ନିଜକୁ ସଠିକ୍ ଭାବୁଛନ୍ତି । ଯାହା ସେମାନଙ୍କୁ ଦୁର୍ବଳ କରିଦେଉଛି । ୟୁରୋପରେ କିଛି ମୁର୍ଖ ନେତା ଅଛନ୍ତି । ଯେଉଁମାନେ କିଛି କରିପାରୁ ନାହାଁନ୍ତି ।

ୟୁକ୍ରେନ ପ୍ରସଙ୍ଗରେ ଟ୍ରମ୍ପ୍ ୟୁରୋପୀୟ ସଙ୍ଘକୁ ସମାଲୋଚନା କରିଛନ୍ତି ଟ୍ରମ୍ପ୍ । ସେ କହିଛନ୍ତି ଯେ, ଆମେରିକା ଯୁଦ୍ଧ ବନ୍ଦ ପାଇଁ ଚାହୁଁଛି । କିନ୍ତୁ ୟୁରୋପର ଅନେକ ଦେଶ ଯୁଦ୍ଧରେ ଡରୁଛନ୍ତି । ଯାହା ୟୁକ୍ରେନ ଉପରେ ଋଷିଆକୁ କିଛି ଅଞ୍ଚଳ ଦେବା ନେଇ ଚାପ ପକାଉଛି । ଏହାସହ ନାଟୋ ଟ୍ରମ୍ପଙ୍କୁ ଡାଡି ବା ବାପା ବୋଲି କହୁଥିବା ୟୁଏସ୍ ପ୍ରେସିଡେଣ୍ଟ୍ କହିଛନ୍ତି ।

ସୂଚନାଯୋଗ୍ୟ, ୟୁକ୍ରେନ-ଋଷିଆ ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ୍ ଲଗାତାର ପ୍ରୟାସ କରୁଥିବା ଦାବି କରୁଛନ୍ତି । ନିକଟରେ ସେ ୟୁକ୍ରେନକୁ କିଛି ପ୍ରସ୍ତାବ ଦେଇଥିଲେ । ଏହାସହ ସେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ଭେଟିଥିଲେ । ଟ୍ରମ୍ପଙ୍କ କିଛି ପ୍ରତିନିଧି ମଧ୍ୟ ମସ୍କୋରେ ଅନେକ ଦିନ ଧରି ରହିଥିଲେ ।