ଭଦ୍ରକ ୨୩।୮: ଉପରମୁଣ୍ଡରେ ଲଗାଣ ବର୍ଷା ପାଇଁ ବୈତରଣୀ ନଦୀର ଜଳସ୍ତର ବଢ଼ିଛି । ଭଦ୍ରକ ଜିଲ୍ଲାରେ ବିପଦ ସଙ୍କେତ ଛୁଇଁଛି ବୈତରଣୀ ନଦୀ । ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୮.୩୩ ଥିବା ବେଳେ ଦିନ ୪ଟା ପରେ ୧୮.୩୩ରେ ଜଳ ପ୍ରବାହିତ ହେଉଛି । କେନ୍ଦୁଝର ଓ ଆନନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ପୁଣି ବୈତରଣୀ ନଦୀ ଫୁଲିଛି । ତେବେ ଉପରମୁଣ୍ଡରେ ଅଧିକ ବର୍ଷା ଜାରି ରହିଲେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି ।
You Can Read:
ଝରଣାରେ ରିଲ୍ସ କରୁଥିଲେ ଦୁଇ ସାଙ୍ଗ, ପାଣିରେ ବୁଡି ଚାଲିଗଲା ୨ ଜଣଙ୍କ ଜୀବନ