ଭଦ୍ରକ: ବଢୁଛି ବୈତରଣୀର ଜଳ ସ୍ତର । ଅପରାହ୍ଣ ୩ଟା ସୁଦ୍ଧା ଆଖୁପଦା ନିକଟରେ ବନ୍ୟାଜଳ ୧୮.୫୦ ମିଟରରେ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦା ଠାରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ପହଞ୍ଚି ସ୍ଥିତି ପରଖିଛନ୍ତି। ସେ ଜଳସେଚନ ବିଭାଗର ଯନ୍ତ୍ରୀ, କାର୍ଯ୍ୟ ନିର୍ବାହ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଉପସ୍ଥିତିରେ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିବା ସହ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ ସେଠୀ ଉପସ୍ଥିତରେ ଆଲୋଚନା କରିଛନ୍ତି ।
ପ୍ରଭାବିତ ଅଞ୍ଚଳର ଜନ ଜୀବନ ସୁରକ୍ଷା ସହ ସୁଖିଲା ଖାଦ୍ୟ, ଆବଶ୍ୟକ ମେଡିସିନ ପ୍ରସ୍ତୁତ ରଖିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ତହସିଲଦାର ଓ ରାଜସ୍ଵ ଅଧିକାରୀ ମାନଙ୍କୁ ପ୍ରସ୍ତୁତ ରହିବା ନେଇ ସହ ଫୋନ୍ ମାଧ୍ୟମରେ ନିର୍ଦ୍ଦେଶ ଦେବା ସହ ଜିଲ୍ଲାପାଳ ଭଦ୍ରକ, ଜିଲ୍ଲା ଉନ୍ନୟନ ଅଧିକାରୀ ସମେତ ଜିଲ୍ଲା ଅଗ୍ନି ଶ୍ରମ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ଆଗୁଆ ସ୍ଥିତି ଅନୁଧ୍ୟାନ କରି ସାଧାରଣ ଜନତାଙ୍କ ଜୀବନ ଜୀବିକା ବଞ୍ଚାଇବା ସହ ପ୍ରଭାବିତ ଅଞ୍ଚଳରେ ଆଗୁଆ ସତର୍କତା ସହ ସମସ୍ତ ପ୍ରକାରର ସରକାରୀ ବ୍ୟବସ୍ଥା କରିବା ପାଇଁ ଆଲୋଚନା କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ।