ନୂଆଦିଲ୍ଲୀ ୨୫।୦୫: ଭବିଷ୍ୟବାଣୀକୁ ନେଇ ଚିନ୍ତା । ଧିରେ ଧିରେ ହେଉଛି ସତ ପ୍ରମାଣିତ । ଦିନକୁ ଦିନକୁ ପତ୍ତନ ଆଡକୁ ମୁହାଁଉଛି ବିଶ୍ବ । ପିଲାଠାରୁ ବୃଦ୍ଧ ସମସ୍ତେ ସାଇଲେଣ୍ଟ କିଲର ମୁହାଁ । ପୂର୍ବରୁ ଏହାକୁ ନେଇ ଭବିଷ୍ୟବାଣୀ କରିଥିଲେ ବାବା ଭେଙ୍ଗା । ଆଉ ଏବେ ହେଉଛି ସତ ପ୍ରମାଣିତ । ପୂର୍ବରୁ ବାବା ଭେଙ୍ଗା ବୈଦ୍ୟୁତିକ ଯନ୍ତ୍ରକୁ ନେଇ କରିଥିଲେ ଭବିଷ୍ୟବାଣୀ । ସେ କହିଥିଲେ କି ସମୟ ଏମିତି ଆସିବ ଯେବେ ମଣିଷ ନିଜେ ବନାଇଥିବା ଟେକ୍ନୋଲୋଜୀର ହୋଇଯିବ ଗୋଲାମ । ଆଉ ସେହି ଟେକ୍ନୋଲୋଜୀ ହିଁ ମଣିଷ ପାଇଁ ପାଲଟିବ ସାଇଲେଣ୍ଟ କିଲର ।
ଏହା ମଣିଷ ଜୀବନକୁ ସହଜ କରିବ ସତ କିନ୍ତୁ ମଣିଷର ବ୍ୟବହାର, ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ବିପଦ ପାଲଟିବ । ଯାହା ସତ ପ୍ରମାଣିତ ହୋଇଛି । ସମସ୍ତେ ଏବେ ମୋବାଇଲ ଅଭ୍ୟାସରେ ପଡିଛନ୍ତି । ଖାସ୍ କରି ପିଲା ଏବଂ କିଶୋରଙ୍କ ଜୀବନରେ ସ୍ମାର୍ଟଫୋନ୍ ଆବଶ୍ୟକ ନୁହେଁ ବରଂ ଅଭ୍ୟାସ ପାଲଟିଛି । ବର୍ତ୍ତମାନ ସମୟରେ ଟଙ୍କା ପଠାଇବା ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ, ସବୁଥିରେ ମୋବାଇଲ ହୋଇଛି ଗୁରୁତ୍ବପୂର୍ଣ୍ଣ ଡିଭାଇସ୍ ।
ଆଉ ଏହି ମୋବାଇଲ ପାଇଁ ନିଦ ଖରାପ ହେବାରେ ଲାଗିଛି । ନିକଟରେ ହୋଇଥିବା ଅଧ୍ୟୟନ ଅନୁଯାୟୀ ବର୍ତ୍ତମାନ ୨୪ ପ୍ରତିଶତ ପିଲା ଶୋଇବା ଯାଏଁ ମୋବାଇଲ୍ ବ୍ୟବହାର କରୁଛନ୍ତି । ଏହାର ସିଧା ପ୍ରଭାବ ନିଦ ଉପରେ ପଡୁଛି । ଆଉ ନିଦ ପୁରା ନହେବା କାରଣରୁ ଦିନସାରା ହାଲିଆ, ଚିଡ୍ଚିଡା ହେଉଛନ୍ତି ପିଲା । ଏହା ବ୍ୟତୀତ ଆଖି ସମସ୍ୟା ବାହାରୁଛି, ମାନସିକ ସ୍ବାସ୍ଥ୍ୟ ବିଗିଡିବାରେ ଲାଗିଛି । ବାବା ଭେଙ୍ଗା ଏହା କହିଥିଲେ ଯେ, ଜ୍ଞାନକୌଶଳର ଏହି ମାୟାଜାଲ ସାମାଜିକ ଜୀବନ ତଥା ଭାବନାତ୍ମକ ଜୀବନକୁ ପୂରାପୂରି ଭାବେ ପ୍ରଭାବିତ କରିବ ।
ସବୁଠୁ ଚିନ୍ତାଜନକ କଥା ହେଉଛି, ବାବା ଭେଙ୍ଗା କହିଥିଲେ ୨୦୨୫ ଠାରୁ ହିଁ ସୃଷ୍ଟିର ପତ୍ତନ ଆରମ୍ଭ ହୋଇଯିବ । ତେଣୁ ଏବେ ଠାରୁ ସାବଧାନ ନହେଲେ ଆଗକୁ ମନୁଷ୍ୟ ସମାଜ ପତ୍ତନ ମୁହାଁ । ଏବେ ପ୍ରଶ୍ନ ଆସୁଛି କ’ଣ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ହେଉଛି କି ସତ ? ବାବା ଭେଙ୍ଗା ଦ୍ବିତୀୟ ବିଶ୍ବ ଯୁଦ୍ଧ, ସୋଭିଏତ ସଂଘର ପତନ, ୦୯/୧୧ ଆକ୍ରମଣ ଭଳି ବଡ ବଡ ଘଟଣାର ଭବିଷ୍ୟବାଣୀ କରିଥିଲେ । ଯାହାକି ସତ ହୋଇଥିଲା ।