ଗଳାରେ ଫସିଗଲା ଚିକେନ ହାଡ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଅଟୋ ଚାଳକଙ୍କ ଜୀବନ

NEWS7
baaghi-3-collection-tiger-shorf-sradhha-kapoor

ନୂଆଦିଲ୍ଲୀ ୦୮।୧୨; ତେଲେଙ୍ଗାନାର ରାଜନ୍ନା ସିରସିଲାରେ ଏକ ଦୁଃଖଦ ଘଟଣା ଘଟିଛି। ଯେଉଁଠାରେ ଜଣେ ୪୫ ବର୍ଷୀୟ ଅଟୋ ଡ୍ରାଇଭରଙ୍କ ଗଳାରେ ଚିକେନ ହାଡ଼ ଫସିଯିବାରୁ ମୃତ୍ୟୁ ଘଟିଛି। ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା ।ଯାହା ଫଳରେ ଶ୍ଵାସରୁଦ୍ଦ ହୋଇ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ରବିବାର ୟେଲାରେଡ୍ଡିପେଟ୍ ମଣ୍ଡଳର ଗୋଲ୍ଲାପାଲିରେ ଘଟିଛି। ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକ ଖେଳି ଯାଇଛି । ତାଙ୍କ ପରିବାରର ଦୁଇ ଝିଅ ଏବଂ ସ୍ତ୍ରୀ ଅଛନ୍ତି। ସେ ଅଟୋ ଚଲାଇ ନିଜ ପରିବାର ପ୍ରତିପୋଷଣ କରୁଥିଲେ।

ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୋଲ୍ଲାପାଲିର କେସିଆର କଲୋନିର ୪୫ ବର୍ଷୀୟ ସୁରେନ୍ଦ୍ର ଅଟୋ ଚାଳକ ଥିଲେ । ସେ ଅଟୋ ଚଲାଇ ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ। ରବିବାର ଛୁଟିରେ ଦିନ ଥିଲା , ଏଥିପାଇଁ ସେ ଘରେ ଚିକେନ ଆଣି ରାନ୍ଧିଥିଲେ। ଘରେ ଏକାଠି ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ସୁରେନ୍ଦ୍ରଙ୍କ ଗଳାରେ ଚିକେନ୍ର ହାଡ଼ ଫସି ଯାଇଥିଲା। ସୁରେନ୍ଦ୍ରଙ୍କ ଗଳାରେ ଲାଗି ରହିଥିବା ହାଡ଼ ଯୋଗୁଁ ନିଶ୍ୱାସ ନେବାରେ କଷ୍ଟ ହେଲା । ଦୀର୍ଘ ସମୟ ଧରି ଲାଗି ରହିବା ପରେ, ସେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ। ସୁରେନ୍ଦ୍ରଙ୍କ ପରିବାର ଏବଂ ପିଲାମାନେ ଏବେ ଅସହାୟ। ତାଙ୍କ ଝିଅମାନେ ଦୁଃଖରେ କାନ୍ଦି କାନ୍ଦି ଅସମ୍ଭାଳ ହୋଇ ପଡିଛନ୍ତି।