ନୂଆଦିଲ୍ଲୀ ୧୪/୦୩: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର । ପରଲୋକରେ ନିର୍ଦ୍ଦେଶକ ଆୟନ ମୁର୍ଖାର୍ଜୀଙ୍କ ବାପା ଦେବ୍ ମୁଖାର୍ଜୀ । ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଶୁକ୍ରବାର ଅପରାହ୍ନ ୪ଟାରେ ମ୍ବାଇର ଜୁହୁ ଅଞ୍ଚଳର ପବନ ହଂସ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ ।
ଏବେ ତାଙ୍କ ବାସଭବନରେ ଶେଷ ଦର୍ଶନ କରୁଛନ୍ତି ବଲିଉଡ୍ ସେଲିବ୍ରିଟି । ସେପଟେ ବାପାଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ଅୟାନ ମୁଖାର୍ଜୀ । କେବଳ ଅୟାନ ନୁହେଁ ପୁରା ବି-ଟାଉନ୍ରେ ଶୋକର ଛାୟା ଖେଳିଯାଇଛି । ହଠାତ୍ ଏପରି ଗୋଟିଏ ଦୁଃଖଦ ଖବରକୁ ଗ୍ରହଣ କରିପାରୁନାହାଁନ୍ତି ଫ୍ୟାନ୍ସ ।
କାଜୋଲଙ୍କ ସହ ସମ୍ପର୍କ:
ଦେବ ମୁଖାର୍ଜୀଙ୍କ ସହ ବଲିଉଡ୍ ଅଭିନେତ୍ରୀ କାଜୋଲଙ୍କ ସହ ଥିଲା ପାରିବାରିକ ସଂପର୍କ । କାରଣ ସେ ଥିଲେ କାଜୋଲଙ୍କ ଦାଦା । ଦୁର୍ଗାପୂଜା ସମୟରେ ତାଙ୍କୁ ଅନେକ ଥର ପୂଜା ପଣ୍ଡାଲରେ କାଜୋଲଙ୍କ ସହ ଦେଖିବାକୁ ମିଳେ । କାଜୋଲ ବି ତାଙ୍କୁ ବହୁତ ଭଲ ପାଆନ୍ତି ବୋଲି ଅନେକ ଭିଡିଓରୁ ଜଣାପଡେ । ସେହିଭଳି 'ଲଗାନ' ପରି ଅନେକ ମହାନ ଫିଲ୍ମ ତିଆରି କରିଥିବା ଆଶୁତୋଷ ଗୋୱାରିକର ହେଉଛନ୍ତି ଦେବ ମୁଖାର୍ଜୀଙ୍କ ଜ୍ୱାଇଁ ।
ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଦେବ୍ ମୁଖାର୍ଜୀ । ଇଣ୍ଡଷ୍ଟ୍ରିର ଲୋକମାନେ ତାଙ୍କୁ ଦେବୁ ଦା ନାମରେ ଜାଣିଥିଲେ। ୨ ମାର୍ଚ୍ଚରେ, ଦେବ୍ ମୁଖାର୍ଜୀଙ୍କ ନାତି ଏବଂ ଆଶୁତୋଷ ଗୋୱାରିକରଙ୍କ ପୁଅ କୋଣାର୍କ ଗୋୱାରିକରଙ୍କ ବିବାହ ହୋଇଥିଲା । ଅସୁସ୍ଥତା ଯୋଗୁଁ, ଦେବ୍ ବିବାହରେ ଯୋଗ ଦେଇପାରିଲେ ନାହିଁ । ଏହି ବିବାହରେ ଶାହରୁଖ ଖାନଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର ଯୋଗ ଦେଇଥିଲେ।
ଦେବ୍ ମୁଖାର୍ଜୀଙ୍କ ଅଭିନୀତ ଚଳଚ୍ଚିତ୍ର:
ଦେବ୍ ମୁଖାର୍ଜୀ 'ତୁ ହି ମେରୀ ଜିନ୍ଦେଗୀ', 'ଆସୁ ବନ ଗୟେ ଫୁଲ', 'ଅଭିନୟ', 'ଦୋ ଆଁଖେଁ', 'ବନ୍ଧୁ' ସମେତ ଅନେକ ଫିଲ୍ମରେ କାମ କରିଥିଲେ । ସେ ପରଦାରେ ଅତ୍ୟନ୍ତ ସରଳତାର ସହିତ ତାଙ୍କ ଚରିତ୍ରକୁ ଅଭିନୟ କରୁଥିଲେ। ଲୋକମାନେ ତାଙ୍କୁ ପରଦାରେ ବହୁତ ଭଲ ପାଉଥିଲେ ।
ଦେବ ମୁଖାର୍ଜୀଙ୍କର ଦୁଇଟି ସନ୍ତାନ ଅଛନ୍ତି। ପ୍ରଥମ ଆୟନ ମୁଖାର୍ଜୀ ଏବଂ ଦ୍ୱିତୀୟ ଥିଲେ ସୁନିତା ମୁଖାର୍ଜୀ । ଯିଏ ପରେ ସୁନିତା ଗୋୱାରିକର ବନିଗଲେ । ସୁନୀତା ଆଶୁତୋଷ ଗୋୱାରିକରଙ୍କୁ ବିବାହ କରିଛନ୍ତି । ଦେବ ମୁଖାର୍ଜୀଙ୍କ ଦେହାନ୍ତ ଖବର ପାଇଁ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।