ବାଂଲାଦେଶରେ ଥମୁନି ହିନ୍ଦୁଙ୍କ ଉପରେ ଅତ୍ୟାଚାର, ଦୀପୁ ପରେ ରାଜବରୀ ଜିଲ୍ଲାରେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା

NEWS7
attack-on-the-faith-of-kashmiri-pandits-attack-on-barghshikha-bhavani-temple-miscreants-break-idols

ନୂଆଦିଲ୍ଲୀ ୨୬।୧୨; ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ପିଟି ପିଟି ହତ୍ୟା । ଢାକା ନିକଟରେ ଦୀପୁ ଦାସ ନିର୍ମମ ହତ୍ୟାକାଣ୍ଡ ଘଟଣାର ସପ୍ତାହେ ନପୂରୁଣୁ ପୁଣି ଘଟିଛି ଲୋମ ଟାଙ୍କୁରା ହତ୍ୟାକାଣ୍ଡ । ୭ ଦିନ ଭିତରେ ଦୁଇ ଦୁଇଟି ସାଂଘାତିକ ଘଟଣା । ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା ଏବେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିବା ବେଳେ, ପୁଣି ଘଟିଛି ନାରକୀୟ କାଣ୍ଡ ।

ପୋଲିସ ତଦନ୍ତ ଅନୁଯାୟୀ, ସମ୍ରାଟ ୨୦୨୩ ମସିହାରୁ ହତ୍ୟା ଏବଂ ଚାନ୍ଦା ଆଦାୟ ଭଳି ଅନେକ ଗୁରୁତର ମାମଲାରେ ୱାଣ୍ଟେଡ୍ ଥିଲେ ଏବଂ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ମଧ୍ୟ ଥିଲା । ପ୍ରଶାସନ ଘଟଣାସ୍ଥଳରୁ ତାଙ୍କ ସହଯୋଗୀ ସଲିମଙ୍କୁ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର ଜବତ କରିଛି ଏବଂ ସାମ୍ପ୍ରଦାୟିକ ଆକ୍ରମଣର ଖବରକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହା କୌଣସି ସାମ୍ପ୍ରଦାୟିକ ମାମଲା ନଥିଲା ।

ମୃତ ଅମୃତ ମଣ୍ଡଳ ଜଣେ କୁଖ୍ୟାତ ଅପରାଧୀ ଥିଲେ । ସେ ଅଞ୍ଚଳରେ ଚାନ୍ଦା ମାଗିବାକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଜନତା ତାଙ୍କୁ ଘେରି ଯାଇଥିଲେ। ପୋଲିସ ସମ୍ରାଟ ଏବଂ ତାଙ୍କ ସହଯୋଗୀ ସଲିମଙ୍କ ପାଖରୁ ଏକ ବିଦେଶୀ ପିସ୍ତଲ ଏବଂ ଏକ ପାଇପ୍ ଗନ୍ ଜବତ କରିଛି । ପୁଲିସ ଏହି ମାମଲାରେ ତିନୋଟି ପୃଥକ ମାମଲା ରୁଜୁ କରିଛି। ସରକାର ସ୍ପଷ୍ଟ କରିଛନ୍ତି ଯେ ସମ୍ରାଟଙ୍କ ବିରୋଧରେ ପୂର୍ବରୁ ଅନେକ ଗୁରୁତର ଅପରାଧିକ ମାମଲା ରହିଥିଲା।