ଷ୍ଟଣ୍ଟ୍ ନିଶାରେ ପାଗଳ : ବସ୍ ଏବଂ ଅଟୋର ଡୋର୍ ଖୋଲିଦେଲେ ଯୁବକ, ବାଇକରେ ନାହିଁ ନମ୍ବର ପ୍ଲେଟ୍... ଦେଖନ୍ତୁ ଭିଡିଓ

NEWS7
attack-incident-bhogarai-2arrest-including-women

ନୂଆଦିଲ୍ଲୀ, ୧୮/୦୨ : ରାସ୍ତାରେ ବିପଜ୍ଜନକ ଷ୍ଟଣ୍ଟ୍ । ଖୋଲିଦେଲେ ବସର ଡୋର୍ । ଭୟରେ ବସ ଯାତ୍ରୀ । ଡରିଗଲେ ଅନ୍ୟ ପଥଚାରୀ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରେ । ରାସ୍ତାରେ ଜଣେ ୨୨ ବର୍ଷୀୟ ଯୁବକ ଅତି ବିପଜ୍ଜନକ ଭାବେ ଗାଡି ଚାଳନା ସହ ଷ୍ଟଣ୍ଟ୍ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ହେଲେ ତୁଷାର ପୁନିୟା । ସେ ଖଜୁରି ଖାସରେ ରୁହନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ତୁଷାର ରାସ୍ତାରେ ଅତି ବେପାରୁଆ ଢଙ୍ଗରେ ବାଇକ ଚଳାଉଛନ୍ତି । ତାଙ୍କ ବାଇକର ନମ୍ବର ପ୍ଲେଟ୍ ନାହିଁ ।

ପୋଲିସର କହିବାନୁସାରେ, ଫେବ୍ରୁଆରୀ ୧୬ ତାରିଖରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ଜଣେ ଯୁବକ ବାଇକ୍ ଚାଳନା କରୁଥିଲେ । ସେ ନିଜେ ବେପାରୁଆ ଢଙ୍ଗରେ ବାଇକ୍ ଚଳାଇବା ସହ ଏକ ବସର କବାଟ ବା ଡୋରକୁ ଖୋଲି ଦେଇଥିଲେ । ଯାହା ଶହଶହ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା ।

ଏହି ଖବରଟି ପଢନ୍ତୁ...  WTA ଦୁବାଇ ଓପନ୍ : ପ୍ରି କ୍ୱାର୍ଟର ଫାଇନାଲରେ ରିବାକିନା-ସ୍ୱିତୋଲିନା

ଭିଡିଓ ସାମ୍ନାକୁ ଆସିବା ପରେ ନ୍ୟୁ ଉସମାନପୁର ଥାନା ପୋଲିସ ଆକ୍ଟିଭ୍ ହୋଇ ମାମଲା ରୁଜୁ କରିଥିଲା । ଏହାସହ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଥିଲା । ତଦନ୍ତରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଠାବ କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ତାଙ୍କର ଠିକଣା ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ଚଢଉ କରି ତୁଷାରଙ୍କୁ ଗିରଫ କରିବା ସହ ବାଇକକୁ ଜବତ କରିଛି ।

ପୋଲିସ ଆହୁରି ମଧ୍ୟ କହିଛି ୟେ, ତୁଷାର ନିୟମିତ ଭାବେ ଷ୍ଟଣ୍ଟ୍ କରେ । ତେଣୁ ସେ ବାଇକର ନମ୍ବର ପ୍ଲେଟକୁ ବାହାର କରିଦେଇଛି । ଯାହାଦ୍ୱାରା ତାକୁ କେହି ସହଜରେ ଧରିପାରିବେ ନାହିଁ । ତଦନ୍ତ ଜାରି ରହିଛି । ଭାଇରାଲ ଭିଡିଓରେ ସେ ଗୋଟିଏ ନୁହେଁ ବରଂ ଏକାଧିକ ଗାଡିର ଡୋର୍ ଖୋଲିଦେଇଛି । ପୂର୍ବରୁ ମଧ୍ୟ ସେ ଏପରି କାରନାମା କରିଥିବା ପୋଲିସ ପ୍ରକାଶ କରିଛି ।